ବିଜେପିର ତ୍ରିରଙ୍ଗାଯାତ୍ରା
ନିଶ୍ଚିନ୍ତକୋଇଲି : ପହଲଗାମ ଆତଙ୍କବାଦୀ ହତ୍ୟା ଘଟଣାର ପ୍ରତିବାଦରେ କଟକ ସଦର ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥି ବେହେରାଙ୍କ ନିଦେ୍ର୍ଦଶକ୍ରମେ ବ୍ଲକ ଉପସଭାପତି ପ୍ରମୋଦ ନାୟକଙ୍କ ତତ୍ୱାବଧାନରେ ଏକ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଏହି ତ୍ରିରଙ୍ଗାଯାତ୍ରା ନେମାଳ ପଞ୍ଚାୟତ ଅଫିସରୁ ବାହାରି ପାକିସ୍ତାନ ବିରୋଧି ନାରାବାଜି ଦେଇ ମହାପୁରୁଷ ଅଚୁ୍ୟତାନନ୍ଦଙ୍କ ପୀଠକୁ ଆସିଥିଲା । ଏଥିରେ ମୃତକମାନଙ୍କ ଉଦେ୍ଦଶ୍ୟରେ ସମୂହ ଦୀପଦାନ କରାଯାଇଥିଲା । ଏହି ଅବସରରେ ହିଂମାଶୁ ଶେଖର ଦାସ, ବଳଦେବାନନ୍ଦ ଦାସ, ଶରତ ସାମଲ, ବିଶ୍ୱଜିତ୍ ପରିଡ଼ା, ଗୋବିନ୍ଦ ଦାସଙ୍କ ସମେତ ବହୁ ବିଜୁପ୍ରେମୀ ଯୋଗଦେଇଥିଲେ ।