ବାଲିଘାଟ ଖୋଲିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ
କଣିହାଁ : ଅନୁଗୋଳ ଜିଲ୍ଲା କଣିହାଁ ଅଞ୍ଚଳରେ ଥିବା ବାଲି ଘାଟ ଗୁଡ଼ିକ ପାଖାପାଖି ୨ମାସ ହେଲାଣି କଣିହାଁ ପୋଲିସ ପକ୍ଷରୁ ଘନଘନ ଚଢ଼ଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗାଡି ମଟର, ମେସିନ ସହିତ ଗାଡି ଡ୍ରାଇଭର, ମେସିନ୍ ଚାଲୁ କରୁଥିବା ଓପେରେଟର ବାଲି ଘାଟ ଗୁଡ଼ିକ ନିଲାମ ନେଇ ଥିବା ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।
ବହୁ ଦିନ ପରେ ଜାମିନ୍ରେ ଆସିଥିବା ବେଳେ, ଏବେ ଆଉ ବାଲି ଘାଟ ଗୁଡ଼ିକ ଦିନରେ ଖୋଲୁ ନାହାନ୍ତି କି ରାତିରେ ଖୋଲୁ ନାହାନ୍ତି କ୍ଷ ଏଥିଯୋଗୁଁ ବାଲି ଉପରେ ନିର୍ଭରଶୀଳ ଥିବା ଛୋଟ ବଡ଼ କାରଖାନା ସବୁ ବହୁ ଦିନ ହେବ ବନ୍ଦ ହୋଇ ଯାଇଛି କ୍ଷ ସରକାରୀ ନିର୍ମାଣ କାମ ବନ୍ଦ ହୋଇଯାଇ ଥିବା ବେଳେ ଗରିବ ଲୋକ ଯେଉଁ ମାନେ କି ପ୍ରଧାନ ମନ୍ତ୍ରୀ ଆବାସ ଗୃହ ମୋ କୁଡ଼ିଆ ଘର ପ୍ରଭୃତି ପାଇ ଅଛନ୍ତି ଆଉ ଜଲଦି କଲେ ୨୦ ହଜାର ଟଙ୍କା ଅଧିକ ପାଇବା ପାଇଁ ଯେଉଁ ଯୋଜନା ରହିଛି ତାହା ପାଣିରେ ବୁଡ଼ି ଯିବ ବୋଲି ହିତାଧିକରୀ ମାନେ ଦୁଃଖର ସହିତ କହିଛନ୍ତି କ୍ଷ ଅନ୍ୟ ପକ୍ଷେ ବାଲି ମାଫିଆ ମାନେ ବିଭିନ୍ନ ସ୍ଥାନରେ ଥିବା ବାଲି ଘାଟ ଗୁଡ଼ିକ ରାତିରେ ବେଆଇନ ଭାବେ ଚଲାଉଥିବା ଥିବା ବେଳେ, ଦୁଇ ଗୁଣା ଦାମ ନେଇ ସର୍ବସାଧାରଣ ଜନତାକୁ ଶୋଷଣ କରୁଥିବା ବେଳେ କେହି ଶୁଣୁ ନାହାନ୍ତି କ୍ଷ ଏ ବିଷୟରେ ବାରମ୍ବାର ଅଭିଯୋଗ କରି ଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବାରୁ ଅନୁଗୋଳ ଜିଲ୍ଲାପାଳ, ତହସିଲଦାର, ବିଡିଓ, ଉପଜିଲ୍ଲାଳ, ପୁଲିସ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ସମ୍ପାଦକଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହେଉଛି । ତେବେ ବାଲି ଘାଟ ବେଆଇନ ଭାବେ ଚାଲିବା ଯୋଗୁଁ ଯଦିଓ ସରକାରଙ୍କ ରାଜସ୍ୱ ହାନୀ ହେଉଥିବା ବେଳେ, ଗରିବ ନିରୀହ ଖଟିଖିଆ ଦିନ ମଜୁରିଆ ଲୋକ ସବୁ ଦିନେ ମୂଲ ମଜୁରୀ କରିବା ପାଇଁ କାମ ଖଣ୍ଡେ ଯୋଗାଡ କରିପାରୁ ନ ଥିବାରୁ ତାର ପରିବାର ଲୋକେ ଖାଇବାକୁ ପାଇ ପାରୁନାହାନ୍ତି । ଯେଉଁମାନେ ସରକାରି ଘର ଖଣ୍ଡେ ପାଇ ଘର କରି ପାରୁ ନାହାନ୍ତି, ଯେଉଁ ମାନେ ଛୋଟ ଛୋଟ ମାନୁଫାକ୍ଚରିଂ କାରଖାନା କରି ସରକାରଙ୍କୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଜିଏସ୍ଟି ଦେଉଛନ୍ତି ସେମାନଙ୍କ କାରଖାନା ବନ୍ଦ ଯୋଗୁଁ ସରକାରଙ୍କୁ ଜିଏସ୍ଟି ମିଳିପାରିନାହିଁ ତଥାପି ବି ବାଲି ଘାଟ ଖୋଲିବା ପାଇଁ ସରକାର ପଦକ୍ଷେପ ନ ନେବାର କାରଣ ଆଉ ଅଛପା ରହୁ ନାହିଁ । ତେବେ କୁଆଡେ ସମସ୍ତକୁ ମାସିକିଆ ଚାନ୍ଦା ଦେଇ ବାଲି ମାଫିଆ ସକ୍ରିୟ ହୋଇ ବାଲି ଘାଟ ଗୁଡ଼ିକ ରାତିରେ ବେଆଇନ ଭାବେ ଚଲାଉ ଥିବାରୁ ଆଉ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରୁଥିବାରୁ ଏଭଳି ହେଉଥିବା ଅଭିଯୋଗ ହେଉଛି । ତେବେ ଏ ଉପରେ କର୍ତ୍ତୃପକ୍ଷ ତୁରନ୍ତ ହସ୍ତକ୍ଷେପ କରି ବାଲି ମାଫିଆଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହିତ ଆଇନ ଭାବେ ବାଲି ଘାଟ ଗୁଡ଼ିକ ଚାଲୁ ରଖିବା ପାଇଁ ଦାବି ହେଉଛି ।