ଟିକେଟ ପାଇଲେନି ବୋଲି... ଶଙ୍ଖ ଛାଡ଼ି ପଦ୍ମ ଧରିଲେ କୁଳେସିକା

ଟିକେଟ ପାଇଲେନି ବୋଲି... ଶଙ୍ଖ ଛାଡ଼ି ପଦ୍ମ ଧରିଲେ କୁଳେସିକା

ଭୁବନେଶ୍ୱର : ବିଜେଡ଼ିରୁ ଟିକେଟ ପାଇବେ ବୋଲି ଆଶା ବାନ୍ଧିଥିଲେ  । ଏମିତିକି କେଉଁଦିନ ପ୍ରାର୍ଥୀପତ୍ର ଦାଖଲ କରିବେ ସେକଥା ବି ଗଣମାଧ୍ୟମକୁ କହିଦେଇଥିଲେ  । ହେଲେ ବିଜେଡ଼ିର ଚତୁର୍ଥ ଦଫା ପ୍ରାର୍ଥୀ ତାଲିକାରେ ନାଁ ନଥିବାରୁ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଳେସିକା ଆଜି ବିଜେଡ଼ି ଛାଡ଼ି ବିଜେପିରେ ମିଶିଛନ୍ତି  । ଲକ୍ଷ୍ମୀପୁରରେ ବିଜେଡ଼ି ପୁଣିଥରେ ପ୍ରଭୁ ଜାନିଙ୍କ ଉପରେ ଭରସା କରିଛି  । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ତାଙ୍କୁ ବିଜେପିକୁ ସ୍ୱାଗତ କରିଥିଲେ  । ବିଜେପିରେ ମିଶିବା ପରେ କୁଳେସିକା କହିଛନ୍ତିଯେ, ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିବେ ବୋଲି ତାଙ୍କର ଆଶା ଥିଲା  । କିନ୍ତୁ ତାଙ୍କ ବିଶ୍ୱାସରେ ବିଷ ଦିଆଯାଇଛି  । ଅପରପକ୍ଷରେ ତାଙ୍କୁ ବିଜେପି ଟିକେଟ ଦେବାକୁ ପ୍ରତିଶ୍ରୁତି ଦେଇଥିବା ଜାଣିବାକୁ ମିଳିଛି  ।