ଆଜି ଆସିବ ବିଜେପି ତାଲିକା

ଭୁବନେଶ୍ୱର : ଆସନ୍ତାକାଲି ଭାରତୀୟ ଜନତା ପାର୍ଟିର ଆଉ ଗୋଟିଏ ଦଫା ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୨୧ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଥିଲେବି ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ତେବେ ଖୁବଶୀଘ୍ର ଅବଶିଷ୍ଟ ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର ପ୍ରକାଶ କରିଛନ୍ତି । ଅପ୍ରେଲ ୨ରେ ବିଜେପି ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ତେବେ ଗତ ୧୦ ଦିନ ଧରି ଦଳ ଆଉ ୩୫ ଆସନ ପାଇଁ ଅଙ୍କ କଷିଆସୁଛି । ଆସନ୍ତାକାଲି ଦ୍ୱିତୀୟ ଦଫା ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ତୋମାର ସୂଚନା ଦେଇଛନ୍ତି । ଦ୍ଭ ୭ ପୃ
ଆସନ୍ତା ୨୦ ସୁଦ୍ଧା ବିଜେପି ସମସ୍ତ ୧୪୭ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟଯେ, ରାଉରକେଲା, ତେଲକୋଇ, ଘସିପୁରା, ପାଟଣା, ଚମ୍ପୁଆ, ସାରସକଣା, ରାଇରଙ୍ଗପୁର, କରଞ୍ଜିଆ, ବାଙ୍ଗିରିପୋଷୀ, ଭୋଗରାଇ, ବସ୍ତା, ଭଣ୍ଡାରୀପୋଖରୀ, ବାସୁଦେବପୁର, ବରୀ, ହିନେ୍ଦାଳ, ଝରିଗାଁ, ଡାବୁଗାଁ, ବାରବାଟୀ-କଟକ, ସାଲେପୁର, କେନ୍ଦ୍ରାପଡ଼ା, ରାଜନଗର, ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର, ବେଗୁନିଆ, ଖୋର୍ଦ୍ଧା, ସାନଖେମୁଣ୍ଡି, ମୋହନା, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, କୋଟପାଡ଼, ଜୟପୁର ଓ ଚିତ୍ରକୋଣ୍ଡାରେ ଦଳ ପ୍ରାର୍ଥୀ ଘୋଷଣା କରିନାହିଁ ।