ବବିଙ୍କ ପରେ ବେବି : ଧରିବେ ଓସିଏ ମଙ୍ଗ

ଭୁବନେଶ୍ୱର : ପ୍ରଣବ ପ୍ରକାଶ ଦାସ ଓସିଏ ସଭାପତି ପଦରୁ ଇସ୍ତଫା ଦେବାପରେ କିଏ ସଭାପତି ହେବେ ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି । ବ୍ରହ୍ମଗିରିର ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓସିଏ ସଭାପତି ହେବେବୋଲି ଅନେକ ଦିନ ଧରି ଚର୍ଚ୍ଚା ହେଉଛି । ଲଳିତେନ୍ଦୁ ଜଣେ ଭଲ କ୍ରିକେଟର ଭାବେ ମଧ୍ୟ ସୁନାମ ଅର୍ଜନ କରିଛନ୍ତି ।
ପ୍ରଣବ ପ୍ରକାଶ ଦାସ ଓସିଏ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଛନ୍ତି । ଯାହାକୁ ନେଇ ଏବେ ଆଲୋଡ଼ନ ସୃଷ୍ଟିହୋଇଛି । କେଉଁ ପରିପ୍ରେକ୍ଷୀରେ ବବି ଓସିଏ ସଭାପତି ପଦରୁ ଇସ୍ତଫା ଦେଲେ ତାହାକୁ ନେଇ ଚର୍ଚ୍ଚା ପର୍ଯ୍ୟାଲୋଚନା ଜୋରଧରିଛି ।
ସୂଚନାଯୋଗ୍ୟଯେ, ଓସିଏ ସଭାପତି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନରେ ବବି ବାଜିମାତ୍ କରିଥିଲେ । ଏବେବି ତାଙ୍କର କାର୍ଯ୍ୟକାଳ ସରିନଥିଲା । ଏନେଇ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତିଯେ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ବବି ସଭାପତି ହୋଇଥିଲେ । କିନ୍ତୁ ସେ ସମୟ ଦେଇପାରୁନଥିବାରୁ ଇସ୍ତଫା ଦେଇଛନ୍ତି । ୪୫ ଦିନ ମଧ୍ୟରେ ଓସିଏ ସଭାପତି ନିର୍ବାଚନ ହେବ । ଅପରପକ୍ଷରେ ନିର୍ବାଚନ ପର୍ଯ୍ୟନ୍ତ ପଙ୍କଜ ଲୋଚନ ମହାନ୍ତି ସଭାପତି ଦାୟିତ୍ୱରେ ରହିବେ ।