ବିସ୍ଫୋରଣରେ ମା’ମୃତ ଝିଅ ଓ ମାଉସୀ ଆହତ

ସ୍ୱତନ୍ତ୍ର ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ପଣ୍ଡା : ପରିତ୍ୟକ୍ତ ଘରେ ହେଲା ବିସ୍ଫୋରଣ । ଆଉ ବିସ୍ଫୋରଣ ଏତେ ଭୟଙ୍କର ଥିଲାଯେ, ଏଥିରେ ଜଣେ ମହିଳାଙ୍କ ମୃତୁ୍ୟ ହୋଇଥିବା ବେଳେ ତାଙ୍କ ଝିଅ ଓ ମାଉସୀ ଆହତ ହୋଇଥିଲେ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅନ୍ତର୍ଗତ ଖଙ୍ଗୁରିଆ ପଞ୍ଚାୟତର ଇଛାପୁର ଗ୍ରାମରେ ଏମିତି ଅଘଟଣ ଘଟିଛି ।
ଗ୍ରାମଠାରୁ ମାତ୍ର ଦୁଇ ଶହ ମିଟର ଦୂର ଥିବା ଏକ କୁକୁଡା ଫାର୍ମ ନିକଟ ପରିତ୍ୟକ୍ତ ଘରେ ହୋଇଥିବା ବିସ୍ଫୋରଣ ସାରା ଅଞ୍ଚଳକୁ ଦୋହଲାଇ ଦେଇଛି । ଶନିବାର ଅପରାହ୍ନ ୨ଟା ସମୟରେ ଏକ ପରିତ୍ୟକ୍ତ ଘର ଭିତରେ ବିସ୍ଫୋରଣ ଘଟିବାରୁ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି । ଆଉ ଏଥିରେ ଦୁଇଜଣ ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ସେମାନଙ୍କୁ ପ୍ରଥମେ ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଖୋର୍ଦ୍ଧା ମୁଖ୍ୟ ଚିକିସôାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଆହତ ଦୁଇ ଜଣ ମୃତକଙ୍କ ଝିଅ ଏବଂ ମାଉସୀ ଥିବା ଜଣାପଡିଛି । ତେବେ ଏହି ବିସ୍ଫୋରଣ ବାଣ ନା ବୋମା ତାହା ବୋଲଗଡ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ଜିଲ୍ଲାରୁ ଆସିଥିବା ବୋମା ନିଷ୍କ୍ରିୟ ଦଳ ଘଟଣାର ଅନୁସନ୍ଧାନ କରିନପାରି ଫେରିଯାଇଛନ୍ତି ବୋଲି ବୋଲଗଡ ଥାନା ପକ୍ଷରୁ ଖର୍ଚ୍ଚ କରିଛନ୍ତି । ତେବେ ସେ ରିପ୍ଳବିକାନ ପାର୍ଟି ଛାଡ଼ି ନୂଆ ଦଳ ଗଢ଼ିବେ ନା ଏମିତି ଚର୍ଚ୍ଚାରେ ରହିବାକୁ ପୋଷ୍ଟ କରିଛନ୍ତି ତାହାକୁ ନେଇ ଆମେରିକାରେ ଚର୍ଚ୍ଚା ଜୋରଧରିଛି ।