ଦଳ ଗଢ଼ିବେ ମସ୍କ

ୱାଶିଂଟନ୍: ସମ୍ପ୍ରତି ବିଶ୍ୱର ସବୁଠାରୁ ବଡ଼ ଧନୀ ଏଲନ ମସ୍କ ବେଶୀ ଚର୍ଚ୍ଚାରେ ରହିଛନ୍ତି  । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପଙ୍କୁ ସେ ଚ୍ୟାଲେଞ୍ଜ ଦେଉଛନ୍ତି  । ଏକଦା ଟ୍ରମ୍ପ ଓ ମସ୍କଙ୍କ ମଧ୍ୟରେ ସୁସମ୍ପର୍କ ଥିବାବେଳେ ଏବେ କିନ୍ତୁ ସମ୍ପର୍କ ତିକ୍ତ ହୋଇଯାଇଛି  । ମୋ ଯୋଗୁଁ ଟ୍ରମ୍ପ ଜିତିଛନ୍ତି ବୋଲି କହିବା ପରେ ମସ୍କ ଏବେ ନୂଆ ରାଜନୀତିକ ଦଳ ଗଢ଼ିବେ ବୋଲି ଘୋଷଣା କରିଛନ୍ତି  । ମସ୍କ ଏନେଇ ଏକ୍ସରେ ପୋଷ୍ଟ କରିଛନ୍ତି  । ଆମେରିକାରେ ଆଉ ଏକ ନୂଆ ଦଳ ଗଢ଼ିବାର ସମୟ ଆସିଯାଇଛି କି, ଯାହାକି ୮୦% ମଧ୍ୟବିତ୍ତଙ୍କ ପ୍ରତିନିଧିତ୍ୱ କରିବ ? ମସ୍କଙ୍କର ୨୨ କୋଟି ଫଲୋଅରସ ଥିବାବେଳେ ଏଥିରେ ଭିନ୍ନଭିନ୍ନ ମନ୍ତବ୍ୟ ବି ଆସିଛି  । ଏମିତିକି ‘ଆମେରିକା ପାର୍ଟି’ ନାମରେ ଦଳ ଗଢ଼ିବାକୁ ପ୍ରସ୍ତାବ ଆସିଛି  । ପୂର୍ବରୁ ମସ୍କ ଆମେରିକା ପଲଟିକାଲ ଆକ୍ସନ କମିଟି ନାମରେ ଏକ ସଂଗଠନ ଗଢ଼ିଥିଲେ  । ଗତ ୨୦୨୪ ନିର୍ବାଚନରେ ଏହି କମିଟି ଜରିଆରେ ମସ୍କ ୨୩୯ ନିୟୁତ ଡଲାର ଖର୍ଚ୍ଚ କରିଥିଲେ  । ରିପ୍ଳବିକ ଦଳ ପାଇଁ ସେ କୋଟି କୋଟି ଟଙ୍କା ସୂଚନା ଦିଆଯାଇଛି  । ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ବୋମା ନିଷ୍କ୍ରିୟ ଦଳ ପୁରୀ ସ୍ନାନ ପୂର୍ଣ୍ଣମା ଦାୟିତ୍ୱରେ ଥିବା ବେଳେ ଆସନ୍ତା କାଲି ରାଜ୍ୟର ବୋମା ନିଷ୍କ୍ରିୟ ଟିମ ଓ ସାଇଣ୍ଟିଫିକ ଟିମ ତଦନ୍ତ କରିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଥାନା ଅଧିକାରିଣୀ ସ୍ନିଗ୍ଧାମୟୀ ବରାଳ ସୂଚନା ଦେଇଛନ୍ତି  । ସେପଟେ ବିସ୍ଫୋରଣ ଘଟିଥିବା ସ୍ଥାନରେ ଆଉ କିଛି ବିସ୍ଫୋରକ ରହିଛି କି ନାହିଁ ପୋଲିସ ସ୍ପଷ୍ଟ କରିନଥିବା ବେଳେ ଘଟଣା ସ୍ଥଳରେ ପୋଲିସ ମୁତୟନ ଅଛନ୍ତି  । ବିସ୍ଫୋରଣ ସ୍ଥାନକୁ କାହାକୁ ଛଡାଯାଉନଥିବା ଦେଖିବାକୁ ମିଳିଛି  ।  ଘଟଣା ପରେ ବୋଲଗଡ଼ ଥାନାରେ ସେପଟେ ସେକ ସୁକୁରଙ୍କ ଅଭିଯୋଗ ଅନୁଯାଯୀ, ମୋ ଝିଅ ମିଲି ମେଗମ ଘରକୁ ଯାଇଥିବା ବେଳେ ବିସ୍ଫୋରଣ ଘଟି ତାହାର ମୁତୁ୍ୟ ହୋଇଛି ଏବଂ ମୋ ନାତୁଣୀ ରୁକସାନା ବେଗମ ଓ ଶାଳି ଅସିମା ବିବି ଘଟଣାରେ ଆହତ ହୋଇଥିବା ଲିଖିତ ଅଭିଯୋଗ କରିଛନ୍ତି  । ସେହିଭଳି ମୋ ଘରେ କେହି ଜଣେ ବିସ୍ଫୋରଣ ସାମଗ୍ରୀ ରଖି ଦେଇଥିବା ସଂଗୀନ ଅଭିଯୋଗ କରିଛନ୍ତି  । ତେବେ ପରିତ୍ୟକ୍ତ ଘରକୁ ବିସ୍ଫୋରକ ଆସିଲା କେମିତି ଏବଂ ଏହା ପଛର ପ୍ରକୃତ କାରଣ କଣ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି  ।