ରାଜ୍ୟରେ ପୁଣି ବଢ଼ିବ ତାପମାତ୍ରା

ରାଜ୍ୟରେ ପୁଣି ବଢ଼ିବ ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ଗତ କିଛିଦିନ ହେଲା ପାଗ ଶୁଖିଲା ରହିଥିବାବେଳେ ଗରମ ଅନୁଭୂତ ହେଉଛି। ଗୁରୁବାର ବୌଦ୍ଧ ଓ ବଲାଙ୍ଗୀରରେ ଦିନ ତାପମାତ୍ରା ସର୍ବାଧିକ ୩୬ ଡିଗ୍ରୀ ସେଲସିୟସ୍‌ ରହିଥିବାବେଳେ ଝାରସୁଗୁଡ଼ାରେ ୩୫.୬, ଟିଟିଲାଗଡ଼ରେ ୩୫.୫, ସମ୍ବଲପୁରରେ ୩୫.୩ ଓ ନବରଙ୍ଗପୁରରେ ୩୫ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଝାରସୁଗୁଡ଼ାରେ ରାତି ତାପମାତ୍ରା ସର୍ବନିମ୍ନ ୧୪.୮ ଡିଗ୍ରୀ ସେଲସିୟସ୍‌ ରହିଥିଲା। ତେବେ ତେବେ ଶୁକ୍ରବାରଠାରୁ ତାପମାତ୍ରା ପୁଣି ବଢ଼ିବ। ଆସନ୍ତା ୨ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।