ମିଥ୍ୟା ପ୍ରତିଶୃତି ଦେଇ ଭଣ୍ଡାଉଛି ବିଏମସି 

 ଭୁବନେଶ୍ୱର:  ଭୁବନେଶ୍ୱର ବାସୀଙ୍କୁ ବିଏମସି କମିଶନର ମିଛ ପ୍ରତିଶୃତି ଦେଉଛନ୍ତି  । ଗାଡ଼କଣ ଅଳିଆ ଗଦାକୁ ହଟେଇ ସେଠାରେ ପାର୍କ ନିର୍ମାଣ ସହ ଅତ୍ୟାଧୁନିକ ଅବସର ବିନୋଦନ ସେଣ୍ଟର କରିବାକୁ ମିଥ୍ୟା ପ୍ରତିଶୃତି ଦେଇ ଭୁବନେଶ୍ୱର ଲୋକଙ୍କୁ ଠକିଛନ୍ତି  । ସେପଟେ ନ୍ୟାସନାଲ ଗ୍ରୀନ ଟ୍ରିବୁନାଲର କଲିକତା ସ୍ଥିତ ପୂର୍ବାଞ୍ଚଳ ଅଫିସରୁ ହସ୍ତଗତ ତଥ୍ୟରୁ ଧରା ପଡିଛି ୨୦୨୪ ଜୁନ ୬ରେ ସେଠାରେ ପ୍ରଦତ୍ତ ସତ୍ୟପାଠ ଅନୁଯାଇ ଗାଡ଼କଣ ଅଳିଆଗଦାରେ ସ୍ଥାୟୀ ଭାବେ ଦୌନିକ ୫୧୦ ମେଟ୍ରିକ ଟନ ଅଳିଆ ପ୍ରୋସେସିଂ କରାଯିବ  । ଏହି ତଥ୍ୟ ଗତ ଜୁନରେ ଦେଇଥିବା ବେଳେ ଲୋକଙ୍କୁ ଅଳିଆ ଗଦା ହଟେଇ ପାର୍କ କରିଦେବାକୁ ମିଥ୍ୟା ପ୍ରତିଶୃତି ଦେଇ ଭଣ୍ଡେଇ ଚାଲିଛନ୍ତି ବୋଲି ସୈନିକ ସ୍କୁଲ ବଞ୍ଚାଅ ଓÿ ଅଳିଆ ଗଦା ହଟାଅ ଅଭିଯାନ ଅଭିଯୋଗ କରିଛି  । ଏ ସତ୍ୟପାଠ ଏବେର ନୁହେଁ  ଦୀର୍ଘ ବର୍ଷ ତଳର  । ସେପଟେ ଗତ ରବିବାର ପାଞ୍ଚ ଶହରୁ ଉର୍ଦ୍ଧ ସ୍ଥାନୀୟ ଜନସାଧାରଣ  "ଅଳିଆ ଗଦା ହଟାଅ ଓ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ"ର କର୍ମକର୍ତ୍ତାଙ୍କ ନେତୃତ୍ୱ ରେ ଅଲିଆଗଦା ହଟାଇବା ଦାବୀରେ ରାସ୍ତା ଅବରୋଧ କରି ଗେଟ ବନ୍ଦ କରି ଧାରଣା ଦେଇଥିଲେ  । ଲୋକଙ୍କୁ ଭଣ୍ଡାଇବା ଛଡି କମିଶନର ତୁରନ୍ତ ପଦକ୍ଷେପ ନେବାକୁ  ମଙ୍ଗଳବାର ଅଭିଯାନ ପକ୍ଷରୁ ଚେତାବନୀ ଦିଆଯାଇଛି  ।

ଦୀର୍ଘ ଆଠ ମାସରୁ ଅଧିକ ସମୟ ଧରି କାର୍ଯ୍ୟକ୍ଷମ ହୋଇ ସାରିଥିବା  ପଳାଶୁଣୀର ଶୁଖିଲା ଅଳିଆ ଟ୍ରିଟମେଣ୍ଟ ପ୍ଲାଣ୍ଟ ପୁରା ପ୍ରସ୍ତୁତ ତେଣୁ ଶୀଘ୍ର କାଯ୍ୟକ୍ଷମ କରିବାକୁ ଦାବୀ ହୋଇଛି  । ସାଧାରଣ ଲୋକ ଗତ ୨୫ ତାରିଖରେ ଲୋକାର୍ପଣ କରିବା ପରେ ଏହା ପୁରା ପ୍ରସ୍ତୁତ ହୋଇଛି  । ତାକୁ ତୁରନ୍ତ କାର୍ଯ୍ୟକ୍ଷମ କରି ଗାଡ଼କଣକୁ ଦୌନିକ ଆସୁଥିବା ୧୫୦ ମେଟ୍ରିକ ଟନ ଶୁଖିଲା ଅଳିଆରୁ ପ୍ରଥମେ ମୁକ୍ତ କରିବାକୁ ଦାବୀ ହୋଇ ଆସୁଛି  । ଓଦା ବର୍ଯ୍ୟବସ୍ତୁ ଟ୍ରିଟମେଣ୍ଟ କରିବା ସମୟରେ ତାର  ବିଷାକ୍ତ ଅତି ଦୁର୍ଗନ୍ଧ ଗ୍ୟାସ ରୋକିବାକୁ ଅଧିକ ଉଚ୍ଚତା ବିଶିଷ୍ଟ ଆବଦ୍ଧ ପ୍ରାଚୀର ନିର୍ମାଣ ସହ ଅତ୍ୟାଧୁନିକ ବୈଜ୍ଞାନିକ ପ୍ରଣାଳୀ ମାଧ୍ୟମରେ ସମଗ୍ର ଅଞ୍ଚଳ ଦୁର୍ଗନ୍ଧ ମୁକ୍ତ କରିବା ସହ ସମ୍ପୂର୍ଣ୍ଣ ନିବୁଜ ଘର କରି ପବନ ବାହାରକୁ ନ ଯିବା ବ୍ୟବସ୍ଥା କରିବା ସହ ବଡ଼ ବଡ଼ ଶିଳ୍ପାନୁଷ୍ଠାନରେ ବ୍ୟବହାର ହେଉଥିବା ପଙ୍ଖା ଲଗାଯାଇ ସେହି ଦୁର୍ଗନ୍ଧ ପବନକୁ ଶୁଦ୍ଧ କରି ଅତି ଉଚ୍ଚ ପାଇପରେ ଉପରକୁ ଛାଡିଲେ ଏହି ଅଂଚଳର କିଛି କ୍ଷତି ହେବନାହିଁ ବୋଲି ବାସୁଦେବ ଭଟ୍ଟ, ଅଶୋକ ପାଇକରାୟ ଓÿ ପ୍ରସନ୍ନ ବିଷୋୟୀ କହିଛନ୍ତି  ।