ଧରା ପଡିଲା ଦୁର୍ଘଟଣା ଘଟାଇଥିବା ଥର୍


ଭୁବନେଶ୍ୱର : ଜଟଣୀ ଥାନା ନିକଟରୁ ଥର୍ ଜବତ । ଗାଡିକୁ ଛାଡି ଫେରାର ହୋଇ ଯାଇଛି ଡ୍ରାଇଭର୍ । ଗତକାଲି ଏହି ଛାତିଥରା ଦୁର୍ଘଟଣା ପାତ୍ରପଡା, ଭିଟୁ ପାଖରେ ଘଟିଥିଲା । ଝିଅ, ମାଆ ଓ ପୁଅଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା ଉକ୍ତ ଗାଡି । ଦୁର୍ଘଟଣାସ୍ଥଳରେ  କୁନିଝିଅର ମୃତୁ୍ୟ ଘଟିଥିବାବେଳେ ଓ ମାଆପୁଅ ଗୁରୁତର ଭାବରେ ଏମ୍ସରେ ଚିକିତ୍ସିତ ହୋଇଛନ୍ତି । ତେବେ ଗାଡିଟିକୁ ଜଟଣୀ ଥାନା ପାଖରେ ଛାଡି ଚାଲିଯାଇଛନ୍ତି ଡ୍ରାଇଭର । ସ୍କର୍ପିଓ ସହ ରେସ୍ କରି ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବାର ସୂଚନା ରହିଛି ।