କର୍ପୋରେଟରଙ୍କ ଘର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼

କର୍ପୋରେଟରଙ୍କ ଘର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼

ବ୍ରହ୍ମପୁର:  ବ୍ରହ୍ମପୁରର ୯ ନଂ କର୍ପୋରେଟର ସନ୍ତୋଷ ସେଠୀଙ୍କ ଘରକୁ ବୋମାମାଡ଼ ହୋଇଛି। ଲକ୍ଷ୍ମୀନୃସିଂହ ସାହିସ୍ଥିତ ବାସଭବନ ଉପରେ ଦୁର୍ବୃତ୍ତମାନେ ବୋମାମାଡ଼ କରିଛନ୍ତି। ୩ ଜଣ ଦୁର୍ବୃତ୍ତ ବୁଲେଟ୍‌ରେ ଆସି ବୋମାମାଡ଼ କରି ଫେରାର୍‌ ହୋଇଯାଇଛନ୍ତି। ତେବେ ପୂର୍ବ ଶତ୍ରୁତାରୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ସନ୍ଦେହ କରାଯାଉଛି। ଉକ୍ତ ଘଟଣାରେ ବହୁ ପୁରୁଣା ଅପରାଧୀଙ୍କ ହାତ ଥିବା କର୍ପୋରେଟର ଅଭିଯୋଗ କରିଛନ୍ତି।