ଆଇନ ସଚେତନତା ଶିବିର
ଜୟପୁର : ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ ଜୟପୁର ଆନୁକୂଲ୍ୟରେ ପ୍ରଦିପ କୁମାର ମହନ୍ତ ଜିଲ୍ଲାଜଜ୍ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ତତ୍ତ୍ୱାବଧନରେ ଜୟପୁର ବ୍ଲକ ଏକାମ୍ବା ଗ୍ରାମରେ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବିଚÿାରପତି ସୁମନ ଜେନା ଯୋଗଦେଇଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରୁ ଡେପୁଟି ଲିଗାଲଏଡ୍ ଡିଫେନ୍ସ କାଉନସେଲ୍ ହରିଶ୍ଚନ୍ଦ୍ର ମୁଦୁଲି, ସମ୍ମୁଖ କାର୍ଯ୍ୟାଳୟ ରିଟେନର୍ ତଥା ଆଇନଜୀବୀ ଦିବାକର ଗୌଡ଼, ଏକାମ୍ବା ଗ୍ରାମପଞ୍ଚାୟତର ସରପଞ୍ଚ ମତି ଗାଦବା ଯୋଗ ଦେଇଥିଲେ । ସଚେତନତା ଶିବିରରେ ଯୋଗ ଦେଇଥିବା ଅତିଥି କହିଥିଲେ ଏଫଆଇଆର୍, ଗିରଫଦାରି, ନୋଟିସ୍, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ବେଲ୍ ଆପିଲ ଇତ୍ୟାଦି ସମ୍ବନ୍ଧ ଶିବିରରେ ଉପସ୍ଥିତ ଜନସାଧାରଣ ମାନଙ୍କୁ ଏହି ସବୁ ଅଧିକାର ଉପରେ ସଚେତନତା କରିଥିଲେ ।