୬ ଲକ୍ଷ ମୂଲ୍ୟର ୧୧୪ ପ୍ୟାକେଟ ବ୍ରାଉନ୍‌ ସୁଗର ଜବତ

୬ ଲକ୍ଷ ମୂଲ୍ୟର ୧୧୪ ପ୍ୟାକେଟ ବ୍ରାଉନ୍‌ ସୁଗର ଜବତ

ରାଉରକେଲାରେ: ରାଉରକେଲାରେ ପ୍ଲାଣ୍ଟ ସାଇଡ ଥାନା ଅଧୀନ ମୀନାପଡା ବସ୍ତି ଅଞ୍ଚଳରେ ଆଜି ସକାଳେ  ୬ ଲକ୍ଷ ମୂଲ୍ୟର ୧୧୪ ପ୍ୟାକେଟ ବ୍ରାଉନ୍‌ ସୁଗର ଓ ୪୦ କେଜି ଗଞ୍ଜେଇ ଓ ନଗଦ ୮୦ ହଜାର ଟଙ୍କା ଜବତ ହୋଇଛି। ଏହି ମାମଲାରେ ପୁଲିସ୍‌ ୪ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି ।  ପୂର୍ବ ଯୋଜନା ମୁତାବକ ଆଜି ସକାଳ ପ୍ରାୟ ସାଢେ ୫ବେଳେ ସଶସ୍ତ୍ର ପୋଲିସ୍ ଫୋର୍ସ ଚଢ଼ାଉ ଆରମ୍ଭ କରିଥିଲେ । ସେମାନେ ଘର ପରେ ଘର ଉପରେ ଚଢ଼ାଉ କରି ଟିକିନିଖି ଛାନଭିନ କରିଥିଲେ। ଡଗ୍ ସ୍କ୍ୱାଡ୍ ଟିମ୍ ବି ଯାଞ୍ଚରେ ସାମିଲ ହୋଇଥିଲେ।ଚଢ଼ାଉ ସମୟରେ ୪ ମହିଳାଙ୍କ ନିକଟରୁ ୧୧୪ ପ୍ୟାକେଟ ବ୍ରାଉନ୍‌ ସୁଗର ଓ ୪୦ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍‌।