ରାଜ୍ୟସ୍ତରୀୟ ପଞ୍ଚଦଶତମ ବୁଦ୍ଧ ମହୋସବ ଉଦ୍ୟାପିତ

 ବାଲିକୁଦା: ବିଶ୍ୱ ଐତିହ୍ୟ ସପ୍ତାହ ପାଳନ ଅବସରରେ ଉଦୟଗିରି ବୁଦ୍ଧ ମହୋସôବ ସମିତି ପକ୍ଷରୁ ପଞ୍ଚଦଶ ରାଜ୍ୟସ୍ତରୀୟ ବୁଦ୍ଧ ମହୋସôବ ଉଦଯାପିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ମୁଖ୍ୟଅତିଥି ଭାବେ ବୌଦ୍ଧଭିକ୍ଷୁ ଖେନ୍ପୋ ଚୋପେଲ ଯୋଗଦେଇ ବୁଦ୍ଧଙ୍କୁ ଭଗବାନଙ୍କ ଅବତାର ବୋଲି ଗ୍ରହଣ କରିବା ସହ ତାଙ୍କ ପ୍ରଦର୍ଶିତ ନୀତି, ଆଦର୍ଶ ପାଳନ କରିବା ଆବଶ୍ୟକ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବୌଦ୍ଧଭିକ୍ଷୁ ଫଣ୍ଟଶୋକ ଦର୍ଜି ଯୋଗଦେଇ ଉଦୟଗିରି ପରିଦର୍ଶନରେ ସୁଖଶାନ୍ତି ମିଳୁଥିବା ବେଳେ ବିକ୍ଷିପ୍ତ ହୋଇପଡ଼ିଥିବା କୀର୍ତ୍ତିରାଜି ଦୁଃଖ ଦେଇଛି ବୋଲି କହିଥିଲେ । ବୌଦ୍ଧଭିକ୍ଷୁ ନିକୋ, ନିତ୍ୟାନନ୍ଦ ପାତ୍ର, ସୁବାସ ଚନ୍ଦ୍ର ପାତ୍ର, ବିପିନ ବିହାରୀ ଦକ୍ଷିଣରାୟ, ଲକ୍ଷ୍ମୀଧର ପାତ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଦୁଇଟି ଅଧିବେଶନକୁ ସମିତିର ଅଧ୍ୟକ୍ଷା ତଥା ଆନ୍ତର୍ଜାତିୟ ଶୋଭନୀୟ ଶିକ୍ଷାଶ୍ରମର ନିଦେ୍ର୍ଦଶିକା ଡ଼ଃ.ଅରୁନ୍ଧତୀ ଦେବୀ ଅଧ୍ୟକ୍ଷତା କରିଥିଲେ । ଉଦ୍ୟାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲାପାଳ ଶୁଭେନ୍ଦ୍ର ମୋହନ ସାମଲ ଯୋଗଦେଇ କହିଥିଲେ କି ଜିଲ୍ଲାପାଳ ପି ଅନ୍ୱେଶା ରେଡ୍ଡୀ ଉଦୟଗିରି ଉପରେ ସମିକ୍ଷା ବୈଠକ କରିଛନ୍ତି, ଆଗକୁ ଉଦୟଗିରି ବିକାଶ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ପୁର୍ଣ୍ଣମାତ୍ରାରେ ସହଯୋଗ କରିବ ବୋଲି ସୂଚନା ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଭାଷାବିତ୍ ସୁବ୍ରତ ପୃଷ୍ଟି ଯୋଗଦେଇ ବୁଦ୍ଧଙ୍କ ନୀତି, ଆଦର୍ଶ ଅନ୍ନସରଣ କରି ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଲେ ଆମ ଐତିହ୍ୟ, ସଂସ୍କୃତି ଓ ଅର୍ଥନୀତି ସୁଦୃଢ ହୋଇପାରିବ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ବୌଦ୍ଧ ସଂଗଠକ ପ୍ରକାଶ କୁମାର ନାୟକ ଯୋଗଦେଇ ଓଡ଼ିଶାର ଉଦୟଗିରିରୁ ‘ପଦ୍ମସମ୍ଭବ’ ନାଳନ୍ଦା ଓ ସୁଦୁର ତୀଦ୍ଦତ ଯାତ୍ରା କରିଥିଲେ । ଯାହା ଆମ ଐତିହ୍ୟର ପରିଚୟ, ଗୌତମବୁଦ୍ଧ ଶରୀର ତ୍ୟାଗ ସମୟରେ ୧୨ଶହ ବର୍ଷ ପରେ ଦ୍ୱିତୀୟ ବୁଦ୍ଧ ଜନ୍ମ ନେବେ ବୋଲି କହିଥିଲେ । ଠିକ୍ ୧୨ଶହ ବର୍ଷ ପରେ ପଦ୍ମସମ୍ଭବ ଉଦୟଗିରିରୁ ତିଦ୍ଦତ ଯାତ୍ରା କରିଥିଲେ । ତେବେ ପଦ୍ମସମ୍ଭବଙ୍କୁ ଆମେ ଦ୍ୱିତୀୟ ବୁଦ୍ଧ କହିପାରିବା ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ । ଏହି ଅବସରରେ ଅତିଥି୧୪ତମ ସଂସ୍କରଣ ପତ୍ରିକା ‘ଉଦୟଗିରି’କୁ ଉନ୍ମୋଚନ କରିଥିଲେ । ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀ ମାନେ ଗୁରୁବନ୍ଦନା ନୃତ୍ୟ ପରିବେଶଣ କରି ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ପ୍ରଥମ ଦିନରେ ଅନୁଷ୍ଠିତ ହୋଇଥିବା ଲିଖନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ର ମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ଡ଼ାକ୍ତର ସନ୍ତୋଷ କୁମାର ବଳ, ଶିକ୍ଷାବିତ୍ ଡ଼ଃ ସୁଧିର ରଞ୍ଜନ ସାମଲ, ସମାଜସେବୀ ଅନିଲ କୁମାର ଦାସଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଆୟୋଜିତ ପଲ୍ଲିଶ୍ରୀ ମେଳାରେ ଦୁର ଦୁରାନ୍ତରୁ ଭାଗନେଇଥିବା ବିଭିନ୍ନ ଅନୁଷ୍ଠାନକୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ଉସôାହିତ କରାଯାଇଥିଲା । ଉସôବରେ ସମିତିର ସଭ୍ୟ ଡ଼ଃଭାଗ୍ୟଧର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆବାହକ ସାମ୍ବାଦିକ ମହେଶ୍ୱର ବଳ ବୀବରଣୀ ରଖିଥିଲେ । ଶିକ୍ଷାବିତ୍ ଉମାକାନ୍ତ ବଳ ଧନ୍ୟବାଦ ଦେଇଥିଲେ ।