ଗାଁ ସାଥୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର: ନିର୍ବାଚନ ଇସ୍ତାହାର ପ୍ରତିଶ୍ରୁତି ପାଳନ ହେଉ
ଜଗତସିଂହପୁର: ଜଗତସିଂହପୁର ଜÿିଲ୍ଲା ଗାଁସାଥୀ (ମେଟ୍) ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ ଜଗତସିଂହପୁର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ୨୦୦୮ରୁ ରାଜ୍ୟ ପଞ୍ଚାୟତିରାଜ ବିଭାଗରେ କାର୍ଯ୍ୟରତ ନ୍ୟାୟଆଶାୟୀ ସମସ୍ତ ଲିଗାଲ ଗାଁସାଥୀମାନଙ୍କୁ ସଠିକ ଭାବେ ଚିହ୍ନଟ କରାଯାଇ ଆବଶ୍ୟକୀୟ ବୟସ କୋହଳ ପୂର୍ବକ ସେମାନଙ୍କର ଯୋଗ୍ୟତା ଅନୁସାରେ +୨ରୁ ଉଦ୍ଧ୍ୱର୍ ଆଶାୟୀ ଗାଁସାଥୀମାନଙ୍କୁ ସରକାରଙ୍କର ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦପଦବୀରେ ସ୍ଥାୟୀ ନିଯୁକ୍ତି ପ୍ରଦାନ ଓ +୨ରୁ ତଳକୁ ଶିକ୍ଷାଧାରୀ ଆଶାୟୀ ଗାଁସାଥୀମାନଙ୍କୁ ବିଭିନ୍ନ ବିଭାଗରେ ମାସିକ ସର୍ବନିମ୍ନ ୧୨ ହଜାର ଟଙ୍କାରୁ ଉଦ୍ଧ୍ୱର୍ ପ୍ରୋସôାହନ ରାଶି ପ୍ରଦାନ ସହିତ ନିଯୁକ୍ତିର ସରକାରୀ ବ୍ୟବସ୍ଥା କରିବା ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନେବାଲାଗି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ଏହି ଦାବିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ଣ୍ଣ ସମର୍ଥନ ଜଣାଇବା ସହିତ ୨୦୧୬ ମସିହାରେ କେନ୍ଦ୍ରର ତକ୍ରାଳୀନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଏ ସମ୍ପର୍କରେ ଚିଠି ଲେଖି ଜଣାଇଥିଲେ । ଉକ୍ତ ଚିଠିକୁ ଆଧାର କରି ଭାରତ ସରକାରଙ୍କ ପକ୍ଷରୁ ଓଡ଼ିଶା ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଏକ ସ୍ୱତନ୍ତ୍ର ଚିଠି କରାଯାଇଥିଲା । ୨୦୧୪ ମସିହାରେ ଓଡ଼ିଶାରେ ସାଧାରଣ ନିର୍ବାଚନରେ ଦଳୀୟ ଇସ୍ତାହାରରେ ଗାଁସାଥୀ ମାନଙ୍କର ମାସିକ ଭତ୍ତାକୁ ଦ୍ୱିଗୁଣିତ କରିବା ପାଇଁ ଇସ୍ତାହାର ପତ୍ରରେ ଉଲ୍ଲେଖ କରିଥିଲେ । ଓଡ଼ିଶା ସରକାରଙ୍କୁ ଏକ ସ୍ୱତନ୍ତ୍ର ଚିଠି ଓ ରାଜ୍ୟ ବିଜେପି ସରକାର ଆସିବା ପୂର୍ବରୁ ୨୦୨୪ ଜାନୁଆରୀ ୨୯ରେ ଦାବିଗୁଡିକ ପ୍ରଦାନ କରାଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବିଜେପି ସରକାର ଆସିବା ୧୦ ମାସ ହେବାପରେ ମଧ୍ୟ ଗାଁସାଥୀ(ମେଟ୍) ମାନଙ୍କର ଦାବି ପୂରଣ କରୁନାହାନ୍ତି ସରକାର । ଦାବୀ ପୂରଣ ନେଇ ଆଜି ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ବିଭିନ୍ନ ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଗତସିଂହପୁର ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ ।