ପୁରୁଣା ପେନସନ ଆଇନ ବଳବତ୍ତର ଦାବି
ଜଗତସିଂହପୁର : ସର୍ବ ଭାରତୀୟ ପେନସନ ସଂଘ ଡାକରାରେ ଜଗତସିଂହପୁର ଜÿିଲ୍ଲା ଶିକ୍ଷକ, ଅଧ୍ୟାପକ ଓ ଅନ୍ୟାନ୍ୟ କର୍ମଚାରୀ ସଂଘର ପେନସନ ଭୋଗୀ ମାନେ ୩ ଦଫା ଦାବି ନେଇ ଜÿିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇଛନ୍ତି । ୧୯୭୨ ପେନସନ ଆଇନକୁ ବାତିଲ ନ କରିବା, ପେନସନ ଭୋଗୀ ମାନଙ୍କର ବିଭାଜନ ସୃଷ୍ଟି ନକରିବା, ୭ମ ପେନସନ ଓ ପରବର୍ତ୍ତୀ କମିଶନରଙ୍କ ସୁପାରିଶକୁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପ୍ରଦାନ କରିବା ଦାବିରେ ଏହି ସମାବେଶର ଡାକରା ଦିଆଯାଇଥିଲା । ଅବସ୍ତପ୍ରାପ୍ତ ନିଖିଳ ଉକôଳ ଶିକ୍ଷକ ମହାସସଂଘର ରାଜ୍ୟ ସଂଯୋଜକ ଅକ୍ଷୟ କୁମାର ଦାସ, ଅଲ ଓଷ୍ଟାର ରାଜ୍ୟ ସଙ୍ଘ ଉପଦେଷ୍ଟା ବିଜୟ କୁମାର ବିଶ୍ୱାଳ, ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସଭାପତି ନିକୁଞ୍ଜ କିଶୋର ବେହେରା, ଅବସରପ୍ରାପ୍ତ ଶିକ୍ଷକ ମହେନ୍ଦ୍ର କୁମାର ଆଚାର୍ଯ୍ୟ, ଅବସରପ୍ରାପ୍ତ ଜÿିଲ୍ଲା ଶିକ୍ଷକ ମହାସଙ୍ଘର ସଭାପତି ହିମାଂଶୁ ଶେଖର ଆଚାର୍ଯ୍ୟ, ଓଷ୍ଟାର ଜÿିଲ୍ଲା ସମ୍ପାଦକ ନାରାୟଣ ଚନ୍ଦ୍ର ବାରିକ, ଶିକ୍ଷକ ନେତା ରବୀନ୍ଦ୍ର ନାଥ ତ୍ରିପାଠୀଙ୍କନେତୃତ୍ୱରେ ଶତାଧିକ ଅବସରପ୍ରାପ୍ତ କର୍ମଚାରୀ ମାନେ ଯୋଗଦେଇ ଡେପୁଟି କଲେକ୍ଟରଙ୍କୁ ସ୍ୱାକ୍ଷର ପତ୍ର ପ୍ରଦାନ କରିଥିଲେ ।