ନଦୀ ବାଲି ଚାଲାଣ ବେଳେ ଦୁର୍ଘଟଣା  , ଉତ୍ତ୍ୟକ୍ତ ଲୋକେ ଜାଳିଲେ ୨ ହାଇୱା 


ାା ପ୍ରଭାନୁ୍ୟଜ୍ ।ା ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଲକ ଅନ୍ତର୍ଗତ କାଞ୍ଜିଆମା ଛକରେ ଗୁରୁବାର ରାତିରେ ନଦୀ ବାଲି ଚାଲାଣ ବେଳେ ଦୁର୍ଘଟଣା କାରଣରୁ ଉତ୍ୟକ୍ତ ଲୋକ ୨ ଟି ବାଲି ବୋଝେଇ ହାଇୱା କୁ ଜାଳି ଦେଇଛନ୍ତି । ପ୍ରକାଶ ଯେ, ଗୁରୁବାର ରାତିରେ ହିଞ୍ଜିଳି ଥାନା ଅଧୀନ କାଞ୍ଜିଆମା ଛକରେ ଏକ ନଦୀ ବାଲି ବୋଝେଇ ହାଇୱା ତହଁର ସରପଞ୍ଚ ଶିବରାମ ମେହଣାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ଆହତ ହୋଇଥିଲେ । ଆହତ ସରପଞ୍ଚ ମେହେଣା ହିଞ୍ଜିଳିକାଟୁ ଏସଡିଏଚରେ ଚିକିସôା ପାଇଁ ଭର୍ତ୍ତି ହୋଇଥିଲେ । ଏହି ଖବର ପାଇ ଉକ୍ତ ପଞ୍ଚାୟତର  ପ୍ରାୟ ୨୦ ରୁ ୨୫ ଉତ୍ୟକ୍ତ ଲୋକ କାଞ୍ଜିଆମା ଛକରେ ପହଞ୍ଚି ନଦୀ ବାଲି ଚାଲାଣ ହେଉଥିବା ଅନ୍ୟ ୨ ହାଇୱା କୁ ନିଆଁ ଲଗାଇ ଦେଇଥିଲେ । ଖବରପାଇ  ହିଞ୍ଜିଳିକାଟୁ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଛନ୍ତି । ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା ଚଳାଇଛନ୍ତି । ଅନ୍ୟ ପକ୍ଷରେ ଦୁର୍ଘଟଣାରେ ଆହତ ସରପଞ୍ଚ ମେହେଣା ଚିକିସôା ପରେ ଘରକୁ ଫେରିଛନ୍ତି । ପ୍ରକାଶ ଥାଉ କି, ଉକ୍ତ ଅଞ୍ଚଳରୁ ନଦୀ ବାଲି ଉଠାଣକୁ ପଞ୍ଚାୟତ ପକ୍ଷରୁ ବିରୋଧ କରାଯାଇଥିଲା । ଉକ୍ତ ରାସ୍ତାରେ ହାଇୱା, ଟିପର ଆଦି ବାଲି ବୋଝେଇ ଗାଡ଼ି ପାଇଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି ।  ପୋଲିସ ଘଟଣାର ତଦନ୍ତ ଚଳାଇଛି ।