୨୮ ଓ ୨୯ରେ ଜିଲା ଆଥଲେଟିକ୍ ମିଟ୍

 ବ୍ୟାସନଗର, : ଯାଜପୁର ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୁଲ୍ୟରେ ସ୍ଥାନୀୟ ବ୍ୟାସନଗର ଷ୍ଟାଡ଼ିୟମଠାରେ ଆସନ୍ତା ୨୮ ଓ ୨୯ ତାରିଖରେ ୨୮ତମ ଯାଜପୁର ଜିଲ୍ଲା ଆଥଲେଟିକ୍ ମିଟ୍ ଅନୁଷ୍ଠିତ ହେବ । ୨୮ ତାରିଖରେ ୧୪,୧୬, ୧୮ ବର୍ଷରୁ କମ୍ ବିଭାଗର ବାଳକ ଓ ବାଳିକା ଓ ୨୯ ତାରିଖରେ ୨୦, ୨୩ ବର୍ଷରୁ କମ୍ ଓ ସିନିଅର ବିଭାଗର ପୁରୁଷ ଓ ମହିଳାମାନଙ୍କ ପ୍ରତିଯୋଗିତା ଅନୁଷ୍ଠିତ ହେବ । ୧୪ ବର୍ଷରୁ କମ୍ ଖେଳାଳୀମାନଙ୍କ ଜନ୍ମ ୧.୧୨.୨୦୧୦ରୁ ୩୦.୧୧.୨୦୧୨ ମ୍ମରେ, ୧୬ ବର୍ଷରୁ କମ୍ ଖେଳାଳୀମାନଙ୍କ ବୟସ ୦୧.୧୨.୨୦୦୮ରୁ ୩୦.୧୧.୨୦୧୦ ମଧ୍ୟରେ ଓ ୧୮ ବର୍ଷରୁ କମ୍ ଖୋଳୀମାନଙ୍କ ବୟସ ୧୮.୦୬.୨୦୦୬ରୁ ୩୦.୧୧.୨୦୦୮ ମଧ୍ୟରେ ହୋଇଥିବା ଆବଶ୍ୟକ । ସେହିପରି ୨୦ ବର୍ଷରୁ କମ୍ ଖେଳାଳୀମାନଙ୍କ ବୟସ ୩୧.୧୨.୨୦୦୪ ରୁ ୩୦.୧୧.୨୦୦୬ ମଧ୍ୟରେ ଓ ୨୩ ବର୍ଷରୁ କମ୍ ଖୋଳାଳୀ ମାନଙ୍କ ବୟସ ୩୧.୧୨.୨୦୦୧ରୁ ୩୦.୧୧.୨୦୦୪ ମଧ୍ୟରେ ହୋଇଥିବା ଆବଶ୍ୟକ । ସମସ୍ତ ଖେଳାଳୀମାନଙ୍କ ଜନ୍ମ ପ୍ରମାଣ ପତ୍ର କିମ୍ବା ମାଟି୍ରକ୍ ସାର୍ଟିଫିକେଟ ସହିତ ଆଧାର କାର୍ଡ଼ ଥିବା ଜରୁରୀ । ଜଣେ ଖେଳାଳୀ ବ୍ୟକ୍ତିଗତ ଭାବେ ଦୁଇଟି ଖେଳରେ ଭାଗ ନେଇପାରିବେ । ନିଜର ନାମ ପଞ୍ଜିକରଣ ପାଇଁ ଆବଶ୍ୟକୀୟ ଫର୍ମ ଜିଲ୍ଲା କ୍ରୀଡ଼ା ସଂସଦର ଅଫିସ; ନିଚେତ୍ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ଅଫିସରୁ ନେଇ ଆସନ୍ତା ୨୬ ତାରିଖ ସୁଦ୍ଧା ବ୍ୟାସନଗର ଷ୍ଟାଡ଼ିୟମ ସ୍ଥିତ ଜିଲ୍ଲା କ୍ରୀଡ଼ା ସଂସଦର ଅଫିସରେ ଦାଖଲ କରିବେ । ଉକ୍ତ ପ୍ରତିଯୋଗିତାରୁ ଖେଳାଳୀ ଚୟନ କରାଯାଇ କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ଦୋ÷ଡ଼ କୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ସାଧାରଣ ସଂପାଦକ ସମ୍ବିତ୍ ମହାନ୍ତି ସୂଚନା ଦେଇଛନ୍ତି । ଅଧିକ ବିବରଣୀ ପାଇଁ ଆଥଲେଟିକ୍ ବିଭାଗର ସଂପାଦକ ମନୀନ୍ଦ୍ର କୁମାର ଧଳ ମୋ-୯୪୩୭୨୨୧୦୦୧ଙ୍କ ସହିତ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି ।