ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୌରର ନିଜସ୍ୱ ସ୍ଥଳରେ ସ୍ଥାପନା କରିବାକୁ ଦାବି
ଜୟପୁର: ବହୁ ଦିନ ଧରି ପୌର କାର୍ଯ୍ୟାଳୟ ପରିସରରେ ପଡ଼ି ରହିଥିବା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ବହୁ ବାଦ ବିବାଦ ପରେ ପୌର ପରିଷଦ ପ୍ରତିମୂର୍ତ୍ତୀଟିକୁ ସ୍ଥାପିତ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ପ୍ରତିମୂର୍ତ୍ତି ଟିକୁ ଜୟପୁର ଟାଉନ ଥାନା ପାଖରେ ଜାତୀୟ ରାଜପଥ ୨୬ କୋଡ଼ରେ ସ୍ଥାପନା କରିବାକୁ ନିଷ୍ପତ୍ତି ନେଇ କାର୍ଯ୍ୟ ଆରମ୍ଭ କରିଛନ୍ତି । କିନ୍ତୁ ଏହି ସ୍ଥାନଟି ଜାତୀୟ ରାଜପଥର ତାହା ପୁଣି ଜାତୀୟ ରାଜପଥ ବିଭାଗର ବିନା ଅନୁମତିରେ ଏହି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଜୟପୁର ପୌର ସ୍ଥାପିତ କରିବାକୁ ଯାଉଛି । ଯଦି ଆଗାମୀ ଦିନରେ ଜାତୀୟ ରାଜପଥ ତାହାର ରାସ୍ତା ପ୍ରସାରିତ କରେ ତେବେ ପ୍ରବାଦ ପୁରୁଷଙ୍କ ପ୍ରତିମୂର୍ତ୍ତି ଟିକୁ ହଟେଇ ବାକୁ ବାଧ୍ୟ ହେବ ପୌର । ସେହିଭଳି ବିଜୁ ରାଜ ନଗର ଠାରେ ସ୍ଥାପିତ ହୋଇଥିବା ବିଜୁ ବାବୁଙ୍କ ଆବକ୍ଷ ପ୍ରତିମୂର୍ତ୍ତି ମଧ୍ୟ ଜାତୀୟ ରାଜପଥ ବିଭାଗର ସ୍ଥଳରେ ହୋଇଛି । ଯଦି ଭବିଷ୍ୟତରେ ଜାତୀୟ ରାଜପଥ ପ୍ରସସ୍ତ କରାଯାଏ ତେବେ ପୌର ପ୍ରତିମୂର୍ତ୍ତି ଦୁଇଟିକୁ ହଟେଇବାକୁ ବାଧ୍ୟ ହେବ । ଏହା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙଙ୍କୁ ଅପମାନିତ କରିବା ସହ ସମାନ ହେବ ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି । ଏଣୁ ବେଳ ଥାଉଣୁ ପୌର ପ୍ରବାଦ ପୁରୁଷଙ୍କ ପ୍ରତିମୂର୍ତ୍ତି ଟିକୁ ପୌରର ନିଜସ୍ୱ କୌଣସି ଏକ ଜାଗାରେ ସ୍ଥାପନା କଲେ ଆଗାମୀ ଦିନରେ ହେବାକୁ ଥିବା ଆନେ୍ଦାଳନକୁ ଏଡ଼ାଇ ହେବବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।