ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ
କେନ୍ଦ୍ରାପଡା : ରାଷ୍ଟ୍ରବାଦୀ ସାମାଜିକ ସଂଗଠନ "ଜୟ ରାଷ୍ଟ୍ର ଚାରିଟେବୁଲ୍ ଟ୍ରଷ୍ଟ’ ପକ୍ଷରୁ ଚୈତ୍ର ଶୁକ୍ଳ ପ୍ରତିପଦ ତିଥିରେ "ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ’ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ତଳବାରଙ୍ଗସ୍ଥିତ ମା’ ମରିଚିଆଣିଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ଶାନ୍ତି ମାର୍ଜନା ହୋମ କରାଯାଇଥିଲା । ଏହି ଆଧ୍ୟାତ୍ମିକ ଉତ୍ସବରେ ଅନୁଷ୍ଠାନର ସଦସ୍ୟ ଯୋଗଦେଇ ବିଶ୍ୱ ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ । ଏହି ଅବସରରେ "ବିଶ୍ୱ ଶାନ୍ତି ସ୍ଥାପନରେ ଭାରତର ଭୂମିକା’ ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଏହି ପ୍ରସଙ୍ଗରେ ମତବ୍ୟକ୍ତ କରିଥିଲେ । ବୀରେନ୍ଦ୍ର ଦାସଙ୍କ ନେତୃତ୍ୱରେ ଅୟୋଜିତ ପୂଜାର୍ଚ୍ଚନାରେ ସୁଶାନ୍ତ ନାୟକ, ମଳୟ ସାହୁ, ରାଜେନ୍ଦ୍ର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଜ୍ୟୋତି ରଞ୍ଜନ ନାୟକ, ଭଜନ ସୂତାର, ପଙ୍କଜ ସିହ୍ନା, ହରେକୃଷ୍ଣ ବେହେରା, ଦୁର୍ଗାପ୍ରସାଦ ପତି, ପ୍ରଶାନ୍ତ ନାୟକ, ଜ୍ଞାନ ରଞ୍ଜନ ଦାସ, ନିରଞ୍ଜନ ମହାରଣା ପ୍ରମୁଖ ଯୋଗ ଦେଇଥିଲେ । ପୂର୍ବରୁ ଅନୁଷ୍ଠାନ ପକ୍ଷରୁ ହିନ୍ଦୁ ନବବର୍ଷ ପାଳନ ନିମନ୍ତେ ବିଭିନ୍ନ ଗ୍ରାମରେ ସପ୍ତାହ ବ୍ୟାପୀ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା ।