ଜଳିଗଲା ମିଗ-୨, ୯ ବର୍ତ୍ତିଗଲେ ପାଇଲଟ
ାା ଏଜେନ୍ସି ।ା ଲକ୍ଷ୍ନୌ: ଭାରତୀୟ ବାୟୁସେନାର ଗୋଟିଏ ମିଗ-୨୯ ଯୁଦ୍ଧ ବିମାନ ଆଜି ଉତ୍ତର ପ୍ରଦେଶର ଆଗ୍ରାରେ କ୍ରାଶ କରି ଯାଇଛି । ତେବେ ବିମାନରେ ଥିବା ପାଇଲଟ ଜଣଙ୍କ ଏଥିରୁ ସୁରକ୍ଷିତ ଭାବେ ବାହାରି ଆସିବାକୁ ସକ୍ଷମ ହୋଇଛନ୍ତି । ଦୁର୍ଘଟଣା ପରେ ବିମାନଟି ସଂପୂର୍ଣ୍ଣ ଭାବେ ଜଳି ଯାଇଛି । ଆଗ୍ରାର ସୋନଗା ଗାଁରେ ଥିବା ଗୋଟିଏ ଖୋଲା ପଡିଆରେ ବିମାନଟି ଖସିବା ପରେ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା । ଏହାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ବିମାନଟି ଜଳୁଥିବା ବେଳେ ଲୋକମାନେ ଏହା ଠାରୁ ବେଶ ଦୂରରେ ଛିଡା ହୋଇଛନ୍ତି । ତେବେ କେଉଁ ପରିସ୍ଥିତିରେ ଯୁଦ୍ଧ ବିମାନ କ୍ରାଶ ହେଲା ସେକଥା ଜଣାପଡିନି । ଏୟାରଫୋର୍ସ ପକ୍ଷରୁ ଘଟଣାର ତଦନ୍ତ ନିଦେ୍ର୍ଦଶ ଦିଆଯାଇଛି । ଯୁଦ୍ଧ ବିମାନଟି ଆଜି ମଧ୍ୟାହ୍ନ ସମୟରେ ପଞ୍ଜାବ ଆଦମପୁରରୁ ଉଡାଣ ଭରିଥିଲା । ଏହା ନିୟମିତ ଅଭ୍ୟାସ ପାଇଁ ଆଗ୍ରା ଆସୁଥିବା ବେଳେ ଗନ୍ତବ୍ୟ ସ୍ଥଳର କିଛି କିମି ପୂର୍ବରୁ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁଇ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ କୌଣସି ମିଗ -୨୯ ବିମାନ କ୍ରାଶ ହୋଇଛି । ସେପ୍ଟେମ୍ବର ମାସରେ ରାଜସ୍ଥାନର ବାରମେରରେ ମିଗ-୨୯ ବିମାନ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା ଓ କ୍ରାଶ କରି ଯାଇଥିଲା । ତେବେ ଏହା ମଧ୍ୟରେ ଥିବା ପାଇଲଟ ସୁରକ୍ଷିତ ଭାବେ ବାହାରି ଆସିବାକୁ ସକ୍ଷମ ହୋଇଥିଲେ ।