ଘରେ ଖେଳୁଥିବା ସମୟରେ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ

ଘରେ ଖେଳୁଥିବା ସମୟରେ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ

ଘରେ ଖେଳୁଥିବା ସମୟରେ ୧୯ ବର୍ଷୀୟ ଜଣେ କେବୁଲ ଅପରେଟରସାଢେ ଚାରି ବର୍ଷର ବାଳିକାକୁ  ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମହାରାଷ୍ଟ୍ର ପାଲଘର ଜିଲ୍ଲାରେ ଘଟିଛି ଏପରି ଅଭାବନୀୟ ଘଟଣା। ସୂଚନା ଅନୁସାରେ, ବୁଧବାର (୨୮ ଅଗଷ୍ଟ) ନାବାଳିକାର ବାପାମାଆ କାମରେ ବାହାରକୁ ଯାଇଥିଲେ। ଏହି ସମୟରେ ସେ ଜେଜେବାପା ଏବଂ ଜେଜେମାଆଙ୍କ ପାଖରେ ଥିଲେ। ଘରେ ଖେଳୁ ଥିବାବେଳେ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। 

ପୁଲିସ କହିଛି ଯେ, ୧୯ ବର୍ଷୀୟ ଯୁବକ ନାବାଳିକାଙ୍କ ଘରେ କେବୁଲ ଲଗାଇବା କାର୍ଯ୍ୟରେ ନିୟୋଜିତ ଥିଲେ। ଘଟଣାର ପର ଦିନ ସକାଳେ ନାବାଳିକା ତାଙ୍କ ମାଆଙ୍କୁ ସବୁ କଥା କହିବା ପରେ ସେମାନେ ଥାନାରେ ଅଭିଯୋଗ କରିଥିଲେ।

ଗୁରୁବାର ହିଁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୁଦ୍ଧରେ ଧାରା ୬୪ (ଦୁଷ୍କର୍ମ), ଭାରତୀୟ ନ୍ୟାୟ ସଂହିତା ଏବଂ ପୋକ୍ସୋ ଆକ୍ଟ ଲାଗୁ କରାଯାଇ ତଦନ୍ତ କରାଯାଉଥିବା ପୁଲିସ କହିଛି।