ବାଇକ୍ ଦୁର୍ଘଟଣାରେ ଯୁବକଙ୍କ ମୃତୁ୍ୟ

ାା ପ୍ରଭାନୁ୍ୟଜ୍ ।ା ବୁଗୁଡ଼ା:  ବୁଗୁଡ଼ା ଥାନା ଅନ୍ତର୍ଗତ ନଗୁଡୁ ଗାଁ ନିକଟବର୍ତ୍ତୀ ବଡପଥରଠାରେ ବାଇକ୍ ଦୁର୍ଘଟଣାରେ ଜନୈକ ଯୁବକ ମୃତୁ୍ୟ ବରଣ କରିଥିବା ଜଣାଯାଇଛି । ମୃତକ ଜଣକ ହେଲେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜାମଗୋରୁଡା ଗ୍ରାମର ରଞ୍ଜିତ କୁମାର ବିଶ୍ୱାଳ (୩୭) । ପ୍ରକାଶ ଯେ, ଗତ ରବିବାର ରାତିରେ ରଞ୍ଜିତ ଶଶୁରଘର ବିରଞ୍ଚିପୁର ଗ୍ରାମକୁ ବାଇକ୍ ଯୋଗେ ଆସୁଥିଲେ । ସେ ବାଟରେ କୌଣସି କାରଣରୁ ବଡପଥରଠାରେ ଦୁର୍ଘଟଣାର ଶିକାର ହୋଇଥିଲେ ଏବଂ ବାଇକ୍ ସହ ରାସ୍ତାକଡ ଲଟାବୁଦା ମଧ୍ୟକୁ ଫୋପାଡି ହୋଇ ପଡିଥିଲେ । ସେ ରାତିସାରା ସେହି ଲଟାବୁଦାରେ ପଡି ରହିଥିବା ବେଳେ ସକାଳେ ସେହି ରାସ୍ତା ଦେଇ ଯାଉଥିବା ଲୋକେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏ ଖବର ପାଇ ଘଟଣା ସ୍ଥଳରେ ଦମକଳବାହିନୀ ଓ ପୋଲିସ ପହଞ୍ଚି ତାଙ୍କୁ ସେଠାରୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲକୁ ଆଣିଥିଲେ । ମେଡିକାଲରେ ଡାକ୍ତର ରଞ୍ଜିତଙ୍କୁ ମୃତ ଘୋଷଣା କରିବା ପରେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ କେସ ନଂ ୫୦୪/୨୪ରେ ଏକ ମାମଲା ରୁଜୁ କରିଥିବା ଜଣାଯାଇଛି ।