ଜଳିଗଲା ମାଲିକଙ୍କ ୨ ଦୁଇ ବସ୍
କନ୍ଧମାଳ ଜିଲା ବାଲିଗୁଡ଼ା ପଣସପୋଡ଼ି ସାହିକୁ ଯିବା ରାସ୍ତାକଡ଼ରେ ଦୀର୍ଘଦିନ ହେବ ଅଚଳ ହୋଇ ରହିଥିବା କ୍ରିଷ୍ଣା ନାମକ ଘରୋଇ ମିନି ବସ୍ଟି ଶନିବାର ରାତିରେ ହଠାତ୍ ହୁତୁହୁତୁ ହୋଇ ଜଳିଗଲା। ଯାହାକୁ ନେଇ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ବସ୍ଟିରେ କିଏ ଜାଣିଶୁଣି ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି ବୋଲି ଅଗ୍ନିଶମ ଅଧିକାରୀ ସୁକାନ୍ତ ବାରିକ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ବାଲିଗୁଡ଼ାର କ୍ରିଷ୍ଣା ନାମକ ଏକ ଘରୋଇ ବସ୍ ମାଲିକଙ୍କର ଆଉ ଏକ ବସ୍ ମଧ୍ୟ ଡିସେମ୍ବର ୨୧ରେ ଥାନା ନିକଟରେ ରହିଥିବା ବେଳେ ଦିନ ଦିପହରେ ହୁତୁହୁତୁ ହୋଇ ଜଳି ଗାଡ଼ିର ଭିତର ପାଖ ସମ୍ପୂର୍ଣ୍ଣ ଜଳି ଯାଇଥିଲା। ମିନି ଘରୋଇ ବସ୍ଟି (ଓଆର ୧୨ -୪୩୨୧)କୌଣସି ରୁଟ୍ ପରମିଟ୍ ନ ଥିବାରୁ ବସ୍ଟି ଦୀର୍ଘ ମାସ ହେବ ପରିତ୍ୟକ୍ତ ଅବସ୍ଥାରେ ରହିଥିଲା। ତେବେ ଠିଆ ହୋଇଥିବା ବସ୍ରେ କିଭଳି ନିଆଁ ଲାଗିଲା ସେ ନେଇ ଏଯାବତ୍ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତେବେ ଗୋଟିଏ ମାସ ମଧ୍ୟରେ ଜଣେ ମାଲିକଙ୍କର ଦୁଇଦୁଇଟି ବସ୍ଜଳିଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି।