ମହିଳାଙ୍କ ସନେ୍ଦହଜନକ ମୃତୁ୍ୟ

 ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ମୁଣ୍ଡାସାହି ଗାଁରେ ଜଣେ ବିବାହିତା ମହିଳାଙ୍କ ସନେ୍ଦହ ଜନକ ଭାବରେ ମୃତୁ୍ୟ ହୋଇଛି । ମୃତ ମହିଳା ଜଣକ ସେହି ମୁଣ୍ଡାସାହି ଗାଁର ବାବୁଲା ପୋଢ଼ଙ୍କ ଝିଅ ବନିତା ପୋଢ ବୋଲି ଜଣାପଡିଛି । ସୂଚନା ଅନୁସାରେ ମୃତ ମହିଳା ଜଣକ ବର୍ଷେ ତଳେ କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଗୋଛାପଡାଗାଁର ଜିତେନ୍ଦ୍ର ଜାଲ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ବାହାଘର ସମୟରେ ମୃତ ମହିଳାଙ୍କ ବାପା ଜାତିକୁଟୁମ୍ବ ଲୋକଙ୍କୁ ଝିଅ ବାହାଘର ଭୋଜି ଦେଇପାରିନଥିବାରୁ ଗତ ମାସ ୧୦ ତାରିଖ ଦିନ ବନ୍ଧୁବାନ୍ଧବ ସାହିପଡିସାଙ୍କୁ ଡାକି ନିଜ ଘରେ ଭୋଜି କରିଥିଲେ । ଏହି ଭୋଜିରେ ବନିତା ଓ ତାଙ୍କ ସ୍ୱାମୀ ମଧ୍ୟ ଉପସ୍ଥିତ ଥିଲେ । ରାତି ପ୍ରାୟ ଦୁଇଟା ସମୟରେ ହଠାତ ବନିତାଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା । ପରିବାର ଲୋକେ ତାଙ୍କୁ ଚିକିସôାପାଇଁ ଗୋଛାପଡା ମେଡିକାଲକୁ ଆଣିଥିଲେ ହେଁ ସେଠାରେ ତାଙ୍କର ମୃତୁ୍ୟ ହୋଇଥିଲା । ଖବର ପାଇ ଗୋଛାପଡା ପୁଲିସ ମେଡିକାଲରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଥିବା ଅଧିକାରୀ ଚିରଞ୍ଜୀବ ବେହେରା କହିଛନ୍ତି ।