କନ୍ଧମାଳରେ କେନ୍ଦ୍ରମନ୍ତ୍ରୀଙ୍କ ଶିକ୍ଷା ବ୍ୟବସ୍ଥା ସମୀକ୍ଷା
କନ୍ଧମାଳ,: କେନ୍ଦ୍ର ଗଣଶିକ୍ଷା ମନ୍ତ୍ରୀ ସୁକାନ୍ତ ମଜୁମଦାର ପ୍ରଥମ ଥର କନ୍ଧମାଳ ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଶିକ୍ଷା ବ୍ୟବସ୍ଥା ଉପରେ ଫୁଲବାଣୀ ସ୍ଥିତ ଜିଲାପାଳଙ୍କ କାର୍ଯ୍ୟଳୟରେ ସଦ୍ଭାବନା ଗୃହରେ ସରକାରୀ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିବା ପରେ, ଆଇଟିଆଇ କ୍ୟାମ୍ପସ ମଧ୍ୟରେ ଚାଲିଥିବା କୌଶଳ ବର୍ଦ୍ଧିତ କେନ୍ଦ୍ରକୁ ଯାଇ ସେଠାରେ ଦିଆଯାଉଥିବା ତାଲିମ ବିଷୟରେ ଛାତ୍ରୀ ମାନଙ୍କୁ ପଚାରିଥିଲେ । ଆଇଟିଆଇର ଛାତ୍ରଛାତ୍ରୀମାନେ କିଭଳି ଏଣେ ତେଣେ ପଡ଼ିଥିବା ପଥର ସବୁ ସାଉଁଟି ଏକ ବୃହତ୍ ଫଣ୍ଟେନ୍ ନିର୍ମାଣ କରିଥିଲେ, ତାହା ଏକ ମନୋରମ ଦୃଶ୍ୟ ଥିଲା ଏବଂ ମନ୍ତ୍ରୀ ମହୋଦୟଙ୍କ ମନ ମୋହିଥିଲା । ତା'ପରେ ଆଇଟିଆଇ ଛାତ୍ର,ଛାତ୍ରୀ ଏବଂ ପ୍ରଶିକ୍ଷକଙ୍କୁ ମଧ୍ୟ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ବିଷୟରେ ପଚାରିଥିଲେ । ତତ୍ ସହିତ ଆନୁଷ୍ଠାନିକ ପରିଚାଳନା ବିଷୟରେ ମଧ୍ୟ ଆଇଟିଆଇର ଅଧ୍ୟକ୍ଷ ମହୋଦୟ ଇଂ. ପ୍ରକାଶ ରଞ୍ଜନ ସୋରେନ ସମ୍ୟକ୍ ଧାରଣା ଦେଇଥିଲେ । ତାପରେ ଫିରିଙ୍ଗିଆ ବ୍ଲକର ବନ୍ଧଗଡ଼ରେ ଯାଇ ଅଙ୍ଗନବାଡି ସେଣ୍ଟର ଓ ପାଖରେ ଆୟୁସମାନ କେନ୍ଦ୍ର ଚାଲିଥିବା କାର୍ଯ୍ୟକ୍ରମ ଦେଖିଥିଲେ । ପରେ ନୋଡାଲ ସ୍କୁଲର ପରିର୍ଦଶନ କଲାପରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ପରେ ସମସ୍ତଙ୍କ ସହିତ ମଧ୍ୟାହ୍ନ କରି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସୁକାନ୍ତ ମଜୁନଦାର, କିଭଳି ଶିକ୍ଷା ଦିଆଯାଉଛି ଓ ମଧ୍ୟାହ୍ନ ଭୋଜନର ମାନ ମଧ୍ୟ ଦେଖିଥିଲେ ମାନ୍ୟବର ମନ୍ତ୍ରୀ । କନ୍ଧମାଳ ଜିଲ୍ଲାରେ ରହିଛି ଅନେକ ସମସ୍ୟା । କେନ୍ଦ୍ର ସରକାର ସେଥିପାଇଁ ଜିଲ୍ଲାରେ ଚାଲିଥିବା ଯୋଜନା ଓ ବିକାଶର ଗତିକୁ ପରଖିବା ପାଇଁ ବିଭିନ୍ନ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି । ମୋତେ କନ୍ଧମାଳ ଓ କୋରାପୁଟ ଜିଲ୍ଲା ଦାୟିତ୍ୱ ଦିଆଯାଇଛି ବୋଲି କହିଛନ୍ତି ଶ୍ରୀଯୁକ୍ତ ମନ୍ତ୍ରୀ । ଜିଲ୍ଲାରେ ସମୀକ୍ଷା କଲାପରେ ସରକାର ସମୟରୁ ପ୍ରଥମିକ ଶିକ୍ଷା ବ୍ୟବସ୍ଥା ସହିତ ବିଦ୍ୟାଳୟର ଘର ନିର୍ମାଣ ବାକି ରହିଛି ସେଥିପାଇଁ ବିଭିନ୍ନ ନିଦେ୍ର୍ଦଶ ଦେଇଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ସୁକାନ୍ତ ମଜୁମଦାର । ଏକ ଦିନିଆ କନ୍ଧମାଳ ଜିଲ୍ଲା ଗ୍ରସ୍ତ କରିବା ପରେ କେନ୍ଦ୍ର ଶିକ୍ଷା ରାଜ୍ୟ ମନ୍ତ୍ରୀ ସୁକାନ୍ତ ମଜୁମଦାର ସର୍କିଟ ହାଉସ୍ ଠାରେ ସାମ୍ବାଦିକ ସମ୍ମିଳନୀରେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି । ଜିଲ୍ଲାରେ କୃଷିକୁ ଅଧିକ ପ୍ରାଧାନ୍ୟ ଦିଆଯିବାକୁ ପରାମର୍ଶ ଦେଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଫିରିଙ୍ଗିଆ ନୋଡାଲ ସ୍କୁଲରେ ପିଲାଙ୍କ ସହିତ ମଧ୍ୟାହ୍ନ ଭୋଜନ କରିବା ସହିତ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ କୁମାରୀ ପୁନମ, ଖେଳ ଶିକ୍ଷକ ବାସୁଦେବ ସାହାଣି, ବଳଭଦ୍ର ମଲ୍ଲିକ, ଗୋପାଳ କୃଷ୍ଣ ମଲ୍ଲିକ, ବାସନ୍ତୀ ଦେଇ,ସଞ୍ଜୁତା ମହାପାତ୍ର, ନିର୍ମାଲ୍ୟ ସାହାଣୀ, ସୁଚିତ୍ରା ଦିଗାଲ, ତିଲୋତ୍ତମା ରଥ, ଟିନା ଚାନ୍ଦ ସମସ୍ତଙ୍କୁ ଉତ୍ତମ ଶିକ୍ଷା ଓ ଉତ୍ତମ ମାଧ୍ୟ୍ୟନ୍ନ ଭୋଜନ ପିଲା ମାନଙ୍କୁ ଦେଉଥିବା ହେତୁ ମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ ପାଣିଗ୍ରାହୀ,ବିଧାୟକ ଉମା ଚରଣ ମଲ୍ଲିକ, ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।