ବସ ଦୁର୍ଘଟଣାରେ ପରିବା ବିକାଳୀ ଗୁରୁତର
କୋକସରା: ବିଜୁ ଏକ୍ସପ୍ରେସୱେରେ କୋକସରା ବ୍ଲକ ସାନପୋଡାଗୁଡା ଛକ ନିକଟରେ ଶନିବାର ସକାଳେ ବାଲେଶ୍ୱରରୁ ଜୟପୁର ଯାଉଥିବା ଓଏସ୍ଆରଟିସି ବସ ପନି ପରିବା ବିକାଳୀଙ୍କୁ ଦୁର୍ଘଟଣା ଘଟାଇ ଫେରାର ହୋଇଥିଲା । ଦୁର୍ଘଟଣାରେ ଗୋତମୁଣ୍ଡା ଗ୍ରାମର ପରିବା ବିକାଳୀ ମହେନ୍ଦ୍ର ପଟେଲ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାରେ ପରିବାର ଓ ସମ୍ପର୍କୀୟମାନେ ମାନେ ସନ୍ଧ୍ୟାରେ ବସ ଫେରିବାବେଳେ ବିଜୁ ଏକ୍ସପ୍ରେସୱେର ଗୋତମୁଣ୍ଡା ଛକରେ ଅଟକ ରଖି ଗୁରୁତର ମହେନ୍ଦ୍ରଙ୍କ ଉପଯୁକ୍ତ ଚିକିସôା ସହାୟତା ଦାବି କରି ଅଟକ ରଖିଥିଲେ । ଗୁରୁତର ମହେନ୍ଦ୍ର ଏକ ଗରୀବ ଶ୍ରେଣୀର ହୋଇଥିବାବେଳେ ସେ’ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଅଟନ୍ତି । ବସ ଦୁର୍ଘଟଣାରେ ଗୁରୁତର ହୋଇ ଭବାନୀପାଟଣା ମୋଡିକାଲେ ଜୀବନ ମୃତୁ୍ୟ ଶହ ସଂଗ୍ରମ କରୁଛନ୍ତି । ସନ୍ଧ୍ୟାରୁ ବସ ଅଟକ ରହିଥିବାବେଳେ ଖବର ପାଇ ଆମପାଣି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ନିଜ ଜିଦ୍ ରେ ଅଟଲ ରହିଥିଲେ । ଶେଷରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, କୋକସରା ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗ ପହଞ୍ଚି ଥିଲେ । ଜିଲ୍ଲାପାଳ ଓ ସିଡିଏମଓ ଙ୍କ ସହିତ କଥାବାର୍ତ୍ତା ହେବା ପରେ ସରକାରୀ ସ୍ତରରେ ଗୁରୁତର ବ୍ୟକ୍ତି ସୁସ୍ଥ ହେବା ପର୍ଯ୍ୟନ୍ତ ସମସ୍ତ ଚିକିସôା କରାଯିବ ବୋଲିି ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେବା ପରେ ଅଟକ ଥିବା ବସ୍ ଛଡ଼ା ଯାଇଥିଲା