ପିକ୍ଅପ ଭ୍ୟାନ ଓଲଟି ୫ ଗୁରୁତର
କାକଟପୁର: ପାରାଦୀପରୁ ମାଛଧରା ଜାଲ ବୋଝେଇ କରି ଅସ୍ତରଙ୍ଗ ଥାନା ବାଲିଡିଆ ଗ୍ରାମକୁ ଆସୁଥିବା ଗୋଟିଏ ପିକ୍ଅପ ଭ୍ୟାନ ଗାଡ଼ି ଥାନା ଅନ୍ତର୍ଗତ ଅସନ ଦେବୀ ନଦୀ ବନ୍ଧରେ ଭାରସାମ୍ୟ ହରାଇ ବନ୍ଧ ତଳକୁ ଓଲଟ ପଡ଼ିଛି । ଆଜି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଘଟିଥିବା ଏହି ଦୁର୍ଘଟଣାରେ ଗାଡ଼ି ଚାଳକ ସମେତ ବାଲିଡିଆ ଗ୍ରାମର ୫ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ବାଲିଡିଆ ଗ୍ରାମର ଲକ୍ଷ୍ମଣ ବେହେରା (୫୫), ଅଭୟ ବେହେରା(୪୦), କାଳନ୍ଦୀ ବେହେରା (୬୩), ଦୀପକ ବେହେରା (୩୦) ଓ ଗଦା ବେହେରା(୪୩) । ସେମାନଙ୍କୁ ଗୁରୁତର ଅବସ୍ଥାରେ ଅସନ ଗ୍ରାମବାସୀ ଉଦ୍ଧାର କରି ସ୍ଥାନୀୟ ଗାଡ଼ି ସହାୟତାରେ ଅସ୍ତରଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିସôା ପାଇଁ ପଠାଇଥିଲେ । ପ୍ରାଥମିକ ଚିକିସôା ପରେ ସେମାନଙ୍କୁ ଅଧିକ ଚିକିସôା ପାଇଁ ଚାରିଛକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି ।