ଚାଳକଙ୍କ ଝୁଲନ୍ତା ଶବ ଉଦ୍ଧାର
ଯଖପୁରା : ଏହି ଥାନା ଅନ୍ତର୍ଗତ ରୋହିତ କାରଖାନା ନିକଟରେ ଟ୍ରକ୍ ଚାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ । ଖବର ମୁତାବକ ଟମକା ଥାନା ଅନ୍ତର୍ଗତ ଟୋଲକାନି ଗ୍ରାମର ବିଷ୍ଣୁ ଚରଣ ସାହୁଙ୍କ ପୁତ୍ର ନିଖିଲ ମୋହନ (୩୨) ଓଡି୦୫ଏକ୍ସ-୬୪୬୫ ନଂ ଟ୍ରକର ଚାଳକ ହୋଇଥିବା ବେଳେ, ସକାଳେ କବାଟରେ ଝୁଲୁଥିବା ଲୋକେ ଦେଖି ପୁଲିସକୁ ଖବର କରିଥିଲେ । ଘଟଣା ସ୍ଥଳରେ ଉଭୟ ପୁଲିସ ଓ ସାଇଂଟିଫିକ ଟିମ୍ ପହଁଚି ତଦନ୍ତ କରିଥିଲେ । ମାତ୍ର ଘଟଣା ସ୍ଥଳକୁ ଦେଖିଲେ ଏହା ଏକ ଆତ୍ମହତ୍ୟା ଅନୁମେୟ ହେଉନାହିଁ ବୋଲି ମୃତ ଟ୍ରକ୍ ଚାଳକଙ୍କ ବାପା କହିଛନ୍ତି । ତାଙ୍କ ପୁଅକୁ କିଏ ମାରି ଟାଙ୍ଗି ଦେଇଥିବା ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । ଯଖପୁରା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ମୃତ ଚାଳକଙ୍କ ଶବକୁ ଜବତ କରି ବ୍ୟବଛେଦ ପାଇଁ ଦାନଗଦୀ ଡ଼ାକ୍ତରଖାନାକୁ ପଠାଇବା ସହ ଏକ ମାମଲା ରୁଜୁ କରିଛି ।