ସଂଧ୍ୟାରେ ବସିବ ପ୍ରଥମ କ୍ୟାବିନେଟ

ସଂଧ୍ୟାରେ ବସିବ ପ୍ରଥମ କ୍ୟାବିନେଟ

ଭୁବନେଶ୍ବର: ଆଜି ରାଜ୍ୟରେ ବିଧିବଦ୍ଧ ଭାବେ ଆରମ୍ଭ ହେବାକୁ ଯାଉଛି ବିଜେପି ଶାସନ । ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ । ଜନତା ମୈଦାନରେ ଆୟୋଜିତ ଏହି ଭବ୍ୟ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଭାବେ କେ.ଭି ସିଂହଦେଓ ଏବଂ ପ୍ରଭାତୀ ପରିଡାଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ । ଏହାପରେ ସଂଧ୍ୟାରେ ଲୋକସଭା ଭବନରେ ବସିବ ମୋହନ ସରକାର ପ୍ରଥମ କ୍ୟାବିନଟ ବୈଠକ । ବିଜେପି ସରକାରର ପ୍ରଥମ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି । ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ ବୈଠକ । ଭିସିରେ ନୁହେଁ, ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହିବେ । ୨୦୨୦ ମସିହା ପରେ ରାଜ୍ୟ ସରକାରଙ୍କ କ୍ୟାବିନେଟ ବୈଠକ ଭିସି ବଦଳରେ ପ୍ରତ୍ୟକ୍ଷ ଭାବେ ହେବାକୁ ଯାଉଛି । କ୍ୟାବିନେଟରେ ବିଜେପି ନିର୍ବାଚନ ସମୟରେ ଘୋଷଣା କରିଥିବା ଇସ୍ତାହାର ହେବ ପ୍ରତିଫଳିତ ହେବା ନେଇ ଆଶା କରାଯାଉଛି । ଗତକାଲି ବସିଥିବା ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ସର୍ବସମ୍ମତିକ୍ରମେ ମୋହନ ମାଝୀଙ୍କୁ ନେତା ଭେବେ ନିର୍ବାଚିତ କରାଯାଇଥିଲା । ଏହି ବୈଠକରରେ ଦୁଇ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୁପେନ୍ଦ୍ର ଯାଦବ ବିଜେପି ରାଜ୍ୟ କାର୍ୟ୍ୟାଳୟରେ ଉପସ୍ଥିତ ଥିଲେ । ଏହାର କିଛି ଘଣ୍ଟା ମଧ୍ୟରେ ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବା ପାଇଁ ଦାବି ଜଣାଇଥିଲେ । ଆଜି ଅପରାହ୍ନରେ ଜନତା ମୈଦାନରେ ଶପଥ ଗ୍ରହଣ ସମାରୋହ ହେବାକୁ ଯାଉଛି