କ୍ୟାବିନେଟ୍‌ ନିଷ୍ପତ୍ତି : କାର୍ଯ୍ୟକାରୀ ହେବ ସମୃଦ୍ଧ କୃଷକ ଯୋଜନା

cabinet decission

କ୍ୟାବିନେଟ୍‌ ନିଷ୍ପତ୍ତି : କାର୍ଯ୍ୟକାରୀ ହେବ ସମୃଦ୍ଧ କୃଷକ ଯୋଜନା

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ସମୃଦ୍ଧ କୃଷକ ଯୋଜନା କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ନିଆଯାଇଛି  । ଏହି ଯୋଜନାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ପଞ୍ଜୀକୃତ ଚାଷୀମାନଙ୍କ ଠାରୁ ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ଦରରେ କ୍ରୟ କରାଯିବ  । ସେହିପରି ଧାନ ମଞ୍ଜି ଉତ୍ପାଦନ ନିମନ୍ତେ ଓଡ଼ିଶା ରାଜ୍ୟ ବିହନ ନିଗମ ଓ ଜୈବ ଉତ୍ପାଦ ପ୍ରମାଣନ ସଂସ୍ଥା ଅଧିନରେ ପଞ୍ଜୀକୃତ ହୋଇ ରାଜ୍ୟ ବିହନ ନିଗମ ମାଧ୍ୟମରେ ପ୍ରାମାଣିକ ଧାନ ମଞ୍ଜି ବିକ୍ରୟ କରୁଥିବା ସମସ୍ତ ବିହନ ଉତ୍ପାଦକମାନେ ଏହି ଯୋଜନାରେ ଲାଭ ପାଇବାକୁ ଯୋଗ୍ୟ ବିବେଚିତ ହୋଇପାରିବେ  ।