ରାଜକନିକା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି
ାା ପ୍ରଭାନୁ୍ରଜ୍ ।ା ରାଜକନିକା : ରାଜକନିକା ବ୍ଲକ ସଭାଗୃହରେ ସମ୍ଭାବ୍ୟ ବାତ୍ୟା "ଦାନା "ମୁକାବିଲା ନେଇ ରାଜକନିକା ବ୍ଲକ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜକନିକା ବିଡ଼ିଓ ପୃଥ୍ୱୀରାଜ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଜକନିକା ଥାନାଧିକାରୀ ଦିଲ୍ଲୀପ କୁମାର ଧଳ, କନିକା ଅତିରିକ୍ତ ତହସିଲଦାର ଦେବବଲ୍ଲଭ ସେଠୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ରାଉତ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତନ୍ମୟ ରଞ୍ଜନ ଦାସ, ସହ ସହକାରୀ ଯନ୍ତ୍ରୀ ସୁଧାଂଶୁ ପାତ୍ରଙ୍କ ସମେତ ବ୍ଲକ ପ୍ରଶାସନର ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ । ଏଥିରେ ରାଜ୍ୟ ସରକାରଙ୍କ ଜିରୋ କାଜୁଆଲଟି ଉପରେ ଗୁରୁତ୍ୱ ଦେଇ ଏହି ବାତ୍ୟା ଦାନାକୁ କେମିତି ମୁକାବିଲା କରିହେବ ସେ ନେଇ ଅଗ୍ନିଶମ, ଓଡ୍ରାଫ, ବିଦୁ୍ୟତ, ପୁଲିସ ଓ ଡାକ୍ତରୀ ଟିମ ସଜାଗ ରହିବା ପାଇଁ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । କ୍ଷତିଗ୍ରସ୍ତଙ୍କ ପାଇଁ ସମସ୍ତ ବାତ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ ରଖିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ବିଡ଼ିଓ ସମସ୍ତଙ୍କୁ ସୂଚନା ଦେଇଥିଲେ । ଏଥିସହିତ ରାଜକନିକା ବ୍ଲକରେ ଥିବା ୬ଟି ବାତ୍ୟା ଆଶ୍ରୟସ୍ଥଳରେ ଶୁଖିଲା ଖାଦ୍ୟ, ପିଇବା ପାଣି, ଔଷଧ, ମହମବତୀ ଓ ଗୋଖାଦ୍ୟ ମହଜୁଦ ରଖିବା ସହିତ ଆବଶ୍ୟକୀୟ ସ୍ଥାନରେ ରନ୍ଧାଖାଦ୍ୟ ପ୍ରସ୍ତୁତି କରିବା ନିମନ୍ତେ ପଦକ୍ଷେପ ନିଆଯାଇଛି । ଏହା ସହିତଲୋକମାନେ ଯେମିତି କୌଣସି ଅସୁବିଧାରେ ନପଡିବେ ସେ ବିଷୟରେ ଧ୍ୟାନ ଦେବାକୁ ବିଡ଼ିଓ ନିଦେ୍ର୍ଦଶ ଦେଇଥିବା ସୂଚନା ରହିଛି ।