ଧାମନଗର ଉପଜିଲ୍ଲାପାଳଙ୍କ ଆଲୋଚନା
ାା ପ୍ରଭାନୁ୍ୟଜ ।ା ଧାମନଗର: ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକ ମାନେ ଭୟଭୀତ ଥିବା ବେଳେ ଆଜି ଦିନ ୪ ଟା ବେଳେ ଧାମନଗର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଭଦ୍ରକ ଉପଜିଲ୍ଲାପାଳଙ୍କ ବାତ୍ୟା ମୁକାବିଲା ପାଇଁ ସରକାରୀ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଜିରୋ କାଜୁଆଲିଟିରେ ବାତ୍ୟା ଦାନାକୁ ମୁକାବିଲା ପାଇଁ ଆଲୋଚନା କରିଥିଲେ । ଆୟୋଜିତ ବୈଠକରେ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ବିଡ଼ିଓ ବନବିହାରୀ ଦିଣ୍ଡା, ତହସିଲଦାର ଦୀପକ ଦାସ, ବିଧାୟକ ପ୍ରତିନିଧି ଅଶୋକ ପୁହାଣ, ପଂଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଯେପରି ଧାମନଗର ବ୍ଲକର ବିଭିନ୍ନ ପଂଚାୟତରେ କ୍ଷୟକ୍ଷତି ନ ହୁଏ ସେ ଦିଗରେ ସରକାରୀ ଅଧିକାରୀ ମାନେ ସଜାଗ ରହିବାକୁ କହିଥିଲେ । ବାତ୍ୟା ସମୟରେ ମୁକାବିଲା ପାଇଁ ବ୍ଳକର ସମସ୍ତ ବିଦ୍ୟାଳୟ ଓ କଲେଜ ବନ୍ଦ ରହିବ ଓ ସେ ସ୍ଥାନରେ ଆବଶ୍ୟକ ସ୍ଥଳେ ଲୋକ ମାନେ ରହିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ପଂଚାୟତ ମୁଖ୍ୟାଳୟରେ ଚୁଡ଼ା, ଚାଉଳ ମହଜୁଦ ରହିଥିବା ବ୍ଲକ ଯୋଗାଣ ଅଧିକାରୀ ବୈଠକରେ ସୂଚନା ଦେଇଥିଲେ । ବ୍ଲକର ବୟାଙ୍ଗଡିହି, ବମକୁରା, ବାଲିପାଟଣା, ଶୋହଡା, ପଧାନୀ ପଂଚାୟତର ଥିବା ବାତ୍ୟା ଆଶ୍ରୟ ସ୍ଥଳରେ ନିରାପଦରେ ଲୋକ ମାନେ ରହିବେ ସେଦିଗରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସୁଚନା ଦିଆ ଜୀବ ବୋଲି ତହସିଲଦାର ସୁଚନା ଦେଇ ଥିଲେ । ଗର୍ଭ ବତି ମହିଳା ଓ ରୋଗୀ ମାନେ ଆଗୁଆ ଉଚ୍ଚÿସ୍ଥାନ ଓ ଡାକ୍ତରଖାନାକୁ ପଳାଇ ଆସିବାକୁ କୁହାଯାଇଛି ।