କ୍ୟାବିନେଟ: ଗୋପାଳପୁର ବନ୍ଦର ନେଲା ଆଦାନୀ

ଭୁବନେଶ୍ୱର: ଗୁରୁବାର ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ଶେଷ ହୋଇଛି ।  ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୩ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି । 
ଏହି ପରିପ୍ରେକ୍ଷୀରେ ଗୋପାଳପୁର ବନ୍ଦର ନେଇ କ୍ୟାବିନେଟରେ ଏକ ନିଷ୍ପତ୍ତି ଗ୍ରହଣ କରାଯାଇଛି । ତଦନୁଯାୟୀ ଗୋପାଳପୁର ବନ୍ଦରର ୯୫ ପ୍ରତିଶତ  ଅଂଶଧନ ଆଦାନୀ ହାସଲ କରିଛି । ବାକି ୫ ପ୍ରତିଶତ ଅଂଶଧନ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ ହାତରେ ରହିବ । ୯୫%: ୫% ଅଂଶଧନ ଚୁକ୍ତିନାମାକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । 

ଅନ୍ୟପକ୍ଷରେ ଅଗ୍ନିବୀରଙ୍କ ପାଇଁ ଓଡ଼ିଶା ସରକାରଙ୍କ ଚାକିରିରେ ୧୦% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ରାଜ୍ୟ ୟୁନିଫର୍ମ ସର୍ଭିସରେ ୧୦% ସ୍ଥାନ ସଂରକ୍ଷଣକୁ ମଞ୍ଜୁରୀ ମିଳିଛି। ୧ ବର୍ଷ ଟ୍ରେନିଂ ଓ ୪ ବର୍ଷ ଚାକିରି ପରେ ବି ନିଯୁକ୍ତି ମିଳିବ। ପୁଲିସ, ଅଗ୍ନିଶମ ଓ ବନବିଭାଗରେ ୧୦% ସଂରକ୍ଷଣ ରହିବାର ବ୍ୟବସ୍ଥା ରହିଥିବା ନେଇ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ସୂଚନା ଦେଇଛନ୍ତି।

ସେହିପରି  ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ଏଣିକି ଝିଅଙ୍କୁ ଚାକିରି ମିଳିବ। ଖାଲି ଏତିକି ନୁହେଁ ମା’-ବାପାଙ୍କ ଉପରେ ନିର୍ଭର କରୁଥିବା ବିବାହିତ ଝିଅ/ ସାବତ ଝିଅଙ୍କୁ ମଧ୍ୟ ଚାକିରି ସୁବିଧା ମିଳିବ।