ଉଠାଦୋକାନୀଙ୍କ ଥଇଥାନ ଦାବିରେ ସମାବେଶ


ାା ପ୍ରଭାନୁ୍ୟଜ ।ା କଟକ:  ଉଠା ଦୋକାନୀଙ୍କ ଥଇଥାନ ଓ ଭେଣ୍ଡିଙ୍ଗଜୋନ ପ୍ରଦାନ ଦାବିରେ କଟକ ଉଠାଦୋକାନୀ ମହାସଂଘ ଆହ୍ୱାନରେ ଉଠାଦୋକାନୀମାନଙ୍କର ଏକ ବିଶାଳ ସମାବେଶ ମହାନଗର ନିଗମ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ପୁରୀଘାଟ ଠାରୁ ଏହି ଶୋଭାଯାତ୍ରା ବାହାରି ତେଲେଙ୍ଗା ବଜାର ଦେଇ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ଏହି ଅବସରରେ କଟକ ଉଠା ଦୋକାନୀ ମହାସଂଘର ସଭାପତି ଆଡ଼ଭୋକେଟ ଅମରେନ୍ଦୁ ମହାନ୍ତିଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ବକ୍ତାମାନେ ଉଠା ଦୋକାନୀଙ୍କ ଜୀବିକା ସୁରକ୍ଷା ଓ ଥଇଥାନ କେନ୍ଦ୍ର ସରକାରଙ୍କ ୨୦୧୪ ଓ ରାଜ୍ୟ ସରକାରଙ୍କ ୨୦୧୫ ଆଇ ଲାଗୁ କରିବାକୁ ଦାବି କରିଥିଲେ । ଉଠା ଦୋକାନୀ ମହାସଂଘ ସଭାପତି ମହେଶ୍ୱର ବଳ, ସଂପାଦକ ଛବିନ୍ଦ୍ର ଖୁଣ୍ଟିଆ, ଉପସଭାପତି ନିତ୍ୟାନନ୍ଦ ନାୟକ, ମଧୁପାଟଣା ସଂପାଦକ ଶ୍ରୀନିବାସ ସ୍ୱାଇଁ, ରାଣୀହାଟ ଉଠାଦୋକାନୀ ସଂଘ ସଂପାଦକ ରବିନ୍ଦ୍ର ସାହୁ, ମର୍କତନଗର ସଂପାଦକ ନୂତନ ପାତ୍ର, ଝୋପଡପଟି ମହାସଂଘ ସଭାପତି ଆଜାଦ ବୃନ୍ଦାବନ ଦାସ, ପ୍ରଶାନ୍ତ ମିଶ୍ର, ପ୍ରସନ୍ନ ମହାପାତ୍ର, ଶୁଭେନ୍ଦୁ ମହାନ୍ତି, ସିଟୁ ନେତା, ବଦି୍ରନାରାୟଣ ଦାସ ପ୍ରମୁଖ ଏହି ସମାବେଶରେ ଯୋଗ ଦେଇଥିଲେ । ଏହି ଅବସରରେ ମହାସଂଘ ପକ୍ଷରୁ ମେୟର ଓ ଡେପୁଟି କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।