ମହିଳା ସିଆର୍ସିସିଙ୍କ ମିଛ ଧରିଲା କଲ୍ ହିଷ୍ଟ୍ରି
କନ୍ଧମାଳ: କନ୍ଧମାଳ ଜିଲ୍ଲା ରାଇକିଆର ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅନ୍ତର୍ଗତ ପିସେରମା କ୍ଲଥଷ୍ଟୋର ସିଆରସିସି ଅମ୍ବିକା ପ୍ରଧାନ ୨୫/୧୦/୨୪ ରିଖରେ ରାଇକିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ଏବିଓ ସିମାଦ୍ରି କହଁରଙ୍କ ବିରୁଦ୍ଧରେ ଆଣିଥିବା ଅଭିଯୋଗକୁ ପଦାରେ ପକାଇଲା ରାଇକିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ଏବିଓ ସିମାଦ୍ରି କହଁରଙ୍କ କଲ ହିଷ୍ଟ୍ରୀ । ସୂଚନା ଅନୁଯାୟୀ ସିଆରସିସି ଅମ୍ବିକା ପ୍ରଧାନ ଦରଖାସ୍ତରେ ଲିଖିତ ଅଭିଯୋଗ କରିଥିଲେ ଯେ ୧୭/୧୦/୨୪ ରିଖରେ ରାଇକିଆ ବି. ଇ.ଓଙ୍କ ଅଧ୍ୟକ୍ଷତାରେ ଏକ ବି.ଅର୍.ଏମ ମିଟିଂ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଅମ୍ବିକା ପ୍ରଧାନ ଯୋଗଦେଇ ନଥିଲେ ଏହାର ଅନୁପସ୍ଥିତିର ସୁଯୋଗ ନେଇ ଏବିଓ ସିମାଦ୍ରି କହଁର ତାଙ୍କୁ ଫୋନ ଯୋଗେ ଗାଳି କରିଥିଲେ ସେଥିନିମନ୍ତେ ସେ ଚାକିରୀ ଛାଡ଼ିବା କଥା ଗଣମାଧ୍ୟମକୁ ମଧ୍ୟ ଜଣାଇଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ଦରଖାସ୍ତକୁ ଭିତି କରି ଏବିଓ ସିମାଦ୍ରି କହଁର ନିଜର ସମସ୍ତ କଲ ରେକର୍ଡ ଜିଓ ଅଫିସ ଓ ବିଏସ୍ଏନ୍ଏଲ୍ ଅଫିସରୁ ବାହାର କରି କେଉଁ ଦିନ କାହାକୁ କଲ କରାଯାଇଅଛି ସେ ସମସ୍ତ ତଥ୍ୟ ପ୍ରଥମେ ଗଣମାଧ୍ୟମ ପ୍ରଦାନ କରିଥିଲେ । ଯେଉଁଥିରେ ସିଆରସିସି ଅମ୍ବିକା ପ୍ରଧାନ ଲଗାଇଥିବା ଅଭିଯୋଗ ମିଥ୍ୟା ପ୍ରମାଣିତ ହେଉଥିବା ସାମ୍ନାକୁ ଆସିଥିଲା । ଏଥିସହ ଏହି ଘଟଣା ପରେ ଏବିଓ ସିମାଦ୍ରି କହଁର ନିଜର ଦୁଇଟି ସିମ୍ରୁ ଗୋଟିଏ ବିଏସଏନଏଲ ନମ୍ୱର୍ ୮୭୬୩୦୫୭୩୫୮ ଏବଂ ଯିଓ ନମ୍ୱର୍ ଟି ୮୨୪୯୫୯୪୯୬୩ର ସମସ୍ତ କଲ ରେକର୍ଡ ସହ ଏକ ଦରଖସ୍ତରେ ଲେଖାଥିବା ନିଜ ଜୀବନକୁ ବିପଦ ଏବଂ ଏହାର ତଦନ୍ତ ନିମନ୍ତେ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଥିବା ଗଣ ମାଧ୍ୟମକୁ ମଧ୍ୟ ଜଣାଇଛନ୍ତି ଏବିଓ ସିମାଦ୍ରି କହଁର । ସିଆରସିସି ଅମ୍ବିକା ପ୍ରଧାନ ଗଣମାଧ୍ୟମକୁ ଚାକିରିରୁ ଇସ୍ଥପା ଦେବୀ ବୋଲି ମନ୍ତବ୍ୟ ଦେଇଥିବା ବେଳେ ଚାକିରିରୁ ଇସ୍ଥପା ନ ଦେଇ ସିଆରସିସି ପଦରୁ ଇସ୍ଥପା ଦେଇଥିବା କହିଛନ୍ତି ଡି.ଇ.ଓ ପ୍ରମୋଦ କୁମାର ଷଡଙ୍ଗୀ । ସିଆରସିସି ଅମ୍ବିକା ପ୍ରଧାନ ଏବିଓ ସିମାଦ୍ରି କହଁରଙ୍କ ବିରୁଦ୍ଧରେ ଲଗାଇଥିବା ମିଥ୍ୟା ଅଭିଯୋଗ କେଉଁ କାରଣରୁ,ଆଗରୁ କୌଣସି ଶତ୍ରୁତା ଥିଲାକି ନା ତାଙ୍କୁ ହଇରାଣ କରିବା ପାଇଁ ଏକ ପ୍ରୟାସ ଏବଂ କାହା ଚାପରେ ଏହି ମିଥ୍ୟା ଅଭିଯୋଗ ଲଗାଇଥିଲେ ସାଧାରଣରେ ଏବେ ଚର୍ଚ୍ଚା ଜୋର ଧରିଛି ।