କାନ୍ଥ ଚାପି ହୋଇ ଶ୍ରମିକ ମୃତ

କାନ୍ଥ ଚାପି ହୋଇ ଶ୍ରମିକ ମୃତ

ବାଲିଗୁଡ଼ା: କାନ୍ଥ ଚାପି ହୋଇ ଶ୍ରମିକ ମୃତ, ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ଅଞ୍ଚଳରେ । ତୁମୁଡ଼ିବନ୍ଧର ରାମପୁର ଛକରେ ଘର କାନ୍ଥ ପଡ଼ି କିରିକୁଟି ଗ୍ରାମର ଶ୍ରମିକ ମାନେଶ୍ୱର ପ୍ରଧାନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନଯାୟୀ, ରାମପୁର ଛକରେ ରହୁଥିବା ଅଖିଳ ଦାସଙ୍କ ପୁରୁଣା ଘର ଭାଙ୍ଗୁଥିବା ବେଳେ ଶ୍ରମିକ ମାନେଶ୍ୱରଙ୍କ ଉପରେ କାନ୍ଥ ପଡ଼ିଯିବାରୁ ସେ କାନ୍ଥ ତଳେ ଚାପି ହୋଇ ରହିଥିଲେ। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମାନେଶ୍ୱରଙ୍କୁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସେଠାରେ ଡାକ୍ତର ମାନେଶ୍ୱରଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ସେପଟେ ଘଟଣାସ୍ଥଳରେ ତୁମୁଡ଼ିବନ୍ଧ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।