ଟ୍ରେନ ସମୟସୀମା ବୃଦ୍ଧି ଓ ବାତିଲ୍
ଭୁବନେଶ୍ୱର : ଯାତ୍ରୀମାନଙ୍କୁ ନିରନ୍ତର ଯାତ୍ରା ସୁବିଧା ଯୋଗାଇବା ଏବଂ ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ଉଦେ୍ଦଶ୍ୟରେ ପୂର୍ବ ତଟ ରେଳପଥସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମୟସୀମା ବୃଦ୍ଧି କରିବାକୁ ନିଷ୍ପତ୍ତି ନେବା ସହ କିଛି ଟ୍ରେନ ବାତିଲ କରିଛି । ଟ୍ରେନ୍ ନମ୍ବର ୦୮୫୪୭/୦୮୫୪୮ ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ ବିଶାଖାପାଟଣାରୁ ୨୪ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଏବଂ ତିରୁପତିରୁ ୨୫ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଚଳାଚଳରେ ବୃଦ୍ଧି କରାଯାଇଛି । ଟ୍ରେନ୍ ନମ୍ବର ୦୮୫୭୯/୦୮୫୮୦ ବିଶାଖାପାଟଣା- ଚରଲାପାଲି- ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ ୨୬ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବିଶାଖାପାଟଣାରୁ ଏବଂ ଚରଲାପାଲିରୁ ଏହା ୨୭ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଚଳାଚଳରେ ବୃଦ୍ଧି କରାଯାଇଛି । ଟ୍ରେନ୍ ନମ୍ବର ୦୯୦୫୯/୦୯୦୬୦ ଉଧନା-ଖୋର୍ଦ୍ଧା ରୋଡ୍-ଉଧନା ସ୍ୱତନ୍ତ୍ର ଟ୍ରେନ ୨୪ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଉଧନାରୁ ଏବଂ ଖୋର୍ଦ୍ଧା ରୋଡ୍ରୁ ୨୬ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଚଳାଚଳରେ ବୃଦ୍ଧି କରାଯାଇଛି । ସେହିପରି ୱାଲଟିୟର ରେଳମଣ୍ଡଳ ଅନ୍ତର୍ଗତ କୋଟ୍ଟାଭାଲସା- ପେନ୍ଦୁର୍ତ୍ତି ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ୦୬ ଅଗଷ୍ଟ ୨୦୨୫ ରୁ ୦୯ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ବିଶାଖାପାଟଣାରୁ ଛାଡିବାକୁ ଥିବା ଟ୍ରେନ ନମ୍ବର ୧୮୫୨୬ ବିଶାଖାପାଟଣା-ବ୍ରହ୍ମପୁର ଏକ୍ସପ୍ରେସ ୦୬ ଅଗଷ୍ଟ ୨୦୨୫ ରୁ ୦୮ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ବାତିଲ କରାଯିବ । ବ୍ରହ୍ମପୁରରୁ ଛାଡିବାକୁ ଥିବା ଟ୍ରେନ ନମ୍ବର ୧୮୫୨୫ ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ ୦୭ ଅଗଷ୍ଟ ୨୦୨୫ ରୁ ୦୯ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ବାତିଲ କରାଯିବ ।