କ୍ୟାପିଟାଲ ହସ୍ପିଟାଲ: ରୋଗୀଙ୍କୁ ଦିଆଯାଉଛି ସୁଷମ ଖାଦ୍ୟ

 ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଅବସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ରୋଗୀମାନଙ୍କୁ ଦିଆଯାଉଥିବା ଖାଦ୍ୟ ନିଆରା । ଅତି ଉନ୍ନତ ମାନର ସୁଷମ ଖାଦ୍ୟ ରୋଗୀମାନଙ୍କ ପାଇଁ ଅତ୍ୟନ୍ତ ହିତକର ପରସି ଦିଆଯାଉଅଛି । ଏଠାରେ ୪୦୦ରୁ ୫୦୦ ରୋଗୀଙ୍କ ପାଇଁ ପ୍ରତ୍ୟେକ ଦିନ ରୋଷେଇ ହେଉଅଛି  । ଭିନ୍ନ ଭିନ୍ନ ରୋଗୀଙ୍କୁ ଭିନ୍ନ ଭିନ୍ନ ଖାଦ୍ୟ ପରସି ଦିଆଯାଉଅଛି  । ଯାହା ଓଡ଼ିଶାର କୌଣସି ହସ୍ପିଟାଲରେ ମିଳୁନାହିଁ । କାରଣ ଓଡ଼ିଶା ସରକାର ଗୋଟିଏ ରୋଗୀ ନିମନ୍ତେ ୧୧୦ ଟଙ୍କା ଓ ମେନୁ୍ୟ ସ୍ଥିର କରିଥାନ୍ତି । କିନ୍ତୁ ସେହି ୧୧୦ ଟଙ୍କାରେ କ୍ୟାପିଟାଲ ହସ୍ପିଟାଲରେ ସ୍ଥିର ହୋଇଥିବା ମେନୁ୍ୟ ଠାରୁ ଅଧିକ ଦୁଇଟି ତରକାରୀ ଦିଆଯାଉଅଛି । ପ୍ୟାକେଟ୍ କ୍ଷୀର, ଫଳ, ମଧୂମେହ ରୋଗୀଙ୍କୁ ଆଳୁ ନ ପଡ଼ି ତରକାରୀ, ଭଲ ବିସ୍କୁଟ ଆଦି ଦିଆଯାଉଅଛି  ।