ଡେପୁଟି କଲେକ୍ଟରଙ୍କ ଘରେ ଭିଜିଲାନ୍ସ ପଶିଲା

ନୀଳଗିରି : ଭିଜିଲାନ୍ସ ଜାଲରେ ଆଉ ଜାଲରେ ଆଉ ଜଣେ ବାବୁ। ନୀଳଗିରି ଡେପୁଟି କଲେକ୍ଟର ପରିକ୍ଷିତ ଜେନାଙ୍କ ଘରେ ବୁଧବାର ସକାଳୁ ଭିଜିଲାନ୍ସ ରେଡ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଚଢାଉ କରିଥିବା ଜଣାପଡିଛି। ପରିକ୍ଷିତଙ୍କ ବାଲିଗୋହିରିସ୍ଥିତି ଭଡା ଘରେ ଭିଜିଲାନ୍ସ ଟିମ୍ ପହଞ୍ଚି ରେଡ୍ କରିଛି।
ଏହାପୂର୍ବରୁ ସୋମବାର ଆର୍ଆଣ୍ଡବି(ସିଭିଲ୍) ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ର ଘରେ ଭିଜିଲାନ୍ସ ଚଢାଉ ହୋଇଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାରାପ୍ରସାଦଙ୍କ ଘର ସମେତ ଭୁବନେଶ୍ୱର, କଟକ ଓ ଝାରସୁଗୁଡ଼ାର ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରଥିଲା। ଯାଞ୍ଚବେଳେ ଭିଜିଲାନ୍ସ ଟିମ୍ ତାରାପ୍ରସାଦଙ୍କ ଘରୁ ଅଢ଼େଇ କେଜି ସୁନା, ୩୭୦ ଗ୍ରାମର ହୀରା ଅଳଙ୍କାର, ଦାମୀ କାର୍ ସମେତ ବହୁ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛି। ଯାଞ୍ଚ ଜାରି ରହିଥିବା ସ୍ଥାନ ମଧ୍ୟରେ କଟକ ଜିଲା ଆଠଗଡ଼ସ୍ଥିତ ପୈତୃକ ଘର, ତିଗିରିଆରେ ଥିବା ଜଣେ ସମ୍ପର୍କୀୟଙ୍କ ଘର, ନୟାପଲ୍ଲୀ ନୀଳକଣ୍ଠନଗର ପ୍ଲଟ୍ ନଂ.୧୧୯୧ରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘର ଆଦି ରହିଛି। ତାଙ୍କୁ ମଙ୍ଗଳବାର ଗିରଫ କରାଯାଇଥିଲା।