ଅନ୍ତର୍ଜାତୀୟ ସମବାୟ : ବର୍ଷ ପାଳନର ଶୁଭାରମ୍ଭ
ଯାଜପୁର ଟାଉନ :ଶନିବାର ଆନ୍ତର୍ଜାତୀୟ ସମବାୟ ବର୍ଷ ୨୦୨୫ପାଳନର ଶୁଭାରମ୍ଭ ହୋଇଛି । କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଯାଜପୁର ଟାଉନ ଶାଖା କାର୍ଯ୍ୟାଳୟ ପରିସରରେ ସମବାୟ ପତାକା ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ଉତୋଳନ ହୋଇଯାଇଛି । ଏହି ଅବସରରେ ଏକ ପଦଯାତ୍ରା ଅନୁଷ୍ଠିତ ୋଇଥିବାବେଳେ ଏହାକୁ ବରିଷ୍ଠ ସହକାରୀ ନିବନ୍ଧକ ଦେବେନ୍ଦ୍ର ନାୟକ, ସମବାୟ ନିରୀକ୍ଷକ ଅଲେଖ ପ୍ରସାଦ ସାହୁ, ବ୍ୟାଙ୍କ୍ ଶାଖା ପରିଚାଳକ କେଦାର ବେହେରା, ସିମିଳିଆ ପ୍ରାଥମିକ କୃଷି ସମବାୟ ସମିତିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ବିଚିତ୍ରାନନ୍ଦ ବେହେରା ପ୍ରମୁଖ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ ସ୍ୱାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ନବାକ୍ରିଷ୍ଣ ଜେନା, ଉପଜିଲାପାଳ ଲମ୍ବୋଦର ଖୁଣ୍ଟିଆ, ଜିଲା ସମାଜ ମଙ୍ଗଳ ଅଧିକାରୀ ସରୋଜିନୀ ଦାସ, ବିଭାଗୀୟ ଅଧିକାରୀ ,ବୁଦ୍ଧିଜୀବୀ,ଏସଏଚଜି ମହିଳା, ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ଥିଲେ । ବର୍ଷତମାମ ଆନ୍ତର୍ଜାତୀୟ ସମବାୟ ବର୍ଷ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ପାଳିତ ହେବ ।