ଗୋଚାଲାଣ ସନେ୍ଦହରେ ୮ ପିକଅପ ଅଟକ

 କୁଆଖିଆ : ଗୋ-ଚାଲାଣ କରାଯାଉଥିବା ଭାବି ସରକାରୀ ଯୋଜନାରେ ଗାଈ କିଣି ଘରକୁ ଯିବା ସମୟରେ ୮ଟି ପିକଅପ ଭ୍ୟାନକୁ ରାସ୍ତାରେ ଅଟକାଇଲେ କିଛି ଯୁବକ । ଯାହାକୁ ନେଇ ପୁଲିସ ଅଡ଼ୁଆରେ ପଡ଼ିଯାଇଥିଲା । ଖବର ମତେ ଗତକାଲି ରାତିରେ୧୬ନଂ ଜାତୀୟ ରାଜପଥ କୁଆଖିଆ ଓଭରବ୍ରିଜ୍ ଦେଇ ଓଡ଼ି୦ଏସଓଟି-୬୫୪୨, ଓଡ଼ି୦ଏସଏଏସ-୪୧୫୭, ଓଡ଼ି ୦୫ବିଟି-୮୯୫୧, ଓଡ଼ି୨୧ପି-୧୧୭୦, ଓଡ଼ି ୦୫ଡ଼ିକେ-୮୦୯୩, ଓଡ଼ି୦୫ଡ଼ିକେ-୬୧୧୭, ଓଡ଼ି ୦୫ଏଏମ-୭୭୦୩, ଓଡ଼ି ୨୧ପି-୧୧୭୦ ନଂ ବିଶିଷ୍ଟ ୮ଟି ପିକଅପ୍ ଭ୍ୟାନ୍ରେ ଗାଈ ବାଛୁରୀ ବୋଝେଇ ହୋଇ ବାଲେଶ୍ୱର ଅଭିମୁଖେ ଯାଉଥିବା ସମୟରେ ସ୍ଥାନୀୟ କିଛି ଯୁବକ ତାହାକୁ ଅଟକାଇ ପୁଲିସ୍କୁ ଖବର ଦେଇଥିଲେ । କୁଆଖିଆ ପୁଲିସ୍ ଘଟଣାସ୍ଥଳରେ ପହଁଚି ଗାଡ଼ି ଗୁଡିକୁ ଜବତ କରି ଥାନାକୁ ଆଣି ପଚରାଉଚରା କରିବା ପରେ ଗାଈ ବାଛୁରୀ ଗୁଡ଼ିକ ସରକାରଙ୍କ କାମଧେନୁ ଯୋଜନାରେ ଲୋନ୍ରେ ପାଇ କିଛି ଲୋକ ଆନ୍ଧ୍ରପ୍ରଦେଶର ଏକ ଗାଈ ଫାର୍ମରୁ ଗାଈ ବାଛୁରୀ କିଣି ନିଜ ଅଞ୍ଚଳ ବାଲେଶ୍ୱରକୁ ନେଉଥିଲେ ବୋଲି ପୁଲିସ୍ ଜାଣିବାକୁ ପାଇଥିଲା । ତେବେ ଅନ୍ୟ ଏକ ଗାଡ଼ିର କାଗଜପତ୍ର ଓ ଗାଡ଼ି ଚାବିକୁ କିଛି ଯୁବକ ନେଇ ଯାଇଥିବାରୁ ଗାଡ଼ିଟି ଜାତୀୟ ରାଜପଥରେ ଛିଡା ହୋଇ ରହିଥିଲା । ଯାହା ଫଳରେ ରାଜପଥରେ ଗାଡି ଗୁଡିକ ଅଟକି ରହିଥିଲା । ଏହା ପୁଲିସ୍କୁ ଅଡ଼ୁଆରେ ପକାଇଥିଲା ।