ଜାନୁଆରୀରୁ ଜନଗଣନା

census india

ଜାନୁଆରୀରୁ ଜନଗଣନା

ବଦଳିବ ରିଲିଫ୍‌ କୋଡ୍‌
ଭୁବନେଶ୍ୱର : ନୂଆବର୍ଷରେ ଆରମ୍ଭ ହେବ ଜନଗଣନା  । ୨୦୧୫ ଜାନୁଆରୀରୁ ଜନଗଣନା ଆରମ୍ଭ ହୋଇଯିବ  । ଏଥିପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି  । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ସୂଚନା ଦେଇଛନ୍ତି  । ୨୦୨୧ରେ ଜନଗଣନା ହେବାର ଥିଲେ ମଧ୍ୟ କରୋନା ନାଇଁ ତାହା ସମ୍ଭବପର ହୋଇପାରିନଥିଲା  । ଯାହାଫଳରେ ବିଭିନ୍ନ ଯୋଜନା ପ୍ରସ୍ତୁତି ବେଳେ ସମସ୍ୟା ଉପୁଜିଥିଲା  । ନିକଟରେ କେନ୍ଦ୍ର ସରକାର ୨୦୨୫ରେ ଜନଗଣନା କରିବା ପାଇଁ ନିଷ୍ପତ୍ତି ନେଇଥିଲେ  ।

ଅପରପକ୍ଷରେ ରିଲିଫ କୋଡ଼ ମଧ୍ୟ ସଂଶୋଧନ କରାଯିବ  । ରିଲିଫ ହେଉଛି ଏକ ଦୟାର ଶବ୍ଦ  । ତେଣୁ ରିଲିଫ ଶବ୍ଦ ଉଠାଇ ଅଧିକାର ଶବ୍ଦ ପ୍ରୟୋଗ କରାଯିବା ନେଇ ସରକାର ଚିନ୍ତା କରୁଛନ୍ତି  । ଖୁବଶୀଘ୍ର ଏନେଇ ପଦକ୍ଷେପ ନିଆଯିବ ବୋଲି ସୁରେଶ କହିଛନ୍ତି  ।