୧୨୭ ସମିତିରେ ହେବ ଧାନ କିଣା

 ।ା ପ୍ରଭାନୁ୍ୟଜ ।ା ଯାଜପୁର: ଚଳିତବର୍ଷ ଧାନ ସଂଗ୍ରହରେ ଯେଭଳି କୈାଣସି ତ୍ରୁଟି ବିଚୁ୍ୟତ ନଘଟେ ସେଥିପ୍ରତି ସମସ୍ତେ ଧ୍ୟାନ ରଖିବେ । ଜିଲାର ୧୨୭ ଗୋଟି କୃଷି ସମବାୟ ସମିତି ଜରିଆରେ ଧାନ ସଂଗ୍ରହ କରାଯିବ । ଧାନ ସଂଗ୍ରହ କାର୍ଯ୍ୟରେ ୩୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିୟୋଜିତ ରହିବେ । ଚାଷୀମାନଙ୍କ ଠାରୁ ସହଜରେ ଧାନ ସଂଗ୍ରହ କରିବା ନିମନ୍ତେ ମଣ୍ଡି ପ୍ରସ୍ତୁତି ଓ ପ୍ରଚାର ପ୍ରସାର ବ୍ୟାପକ କରିବାକୁ ଜିଲାପାଳ ପି. ଅନ୍ୱେଷା ରେଡ୍ଡୀ ନିଦେ୍ର୍ଦଶ ଦେଇଛନ୍ତି । ଧାନସଂଗ୍ରହ ନିମନ୍ତେ ଜିଲାପାଳଙ୍କ କାର୍ଯ୍ୟାଳୟ ଓସ୍ୱାନ୍ ଭିସି ରୁମ୍ ଠାରେ ଆୟୋଜିତ ସମୀକ୍ଷା ବୈଠକରେ ଚାଷୀଙ୍କ ଠାରୁ ଧାନକ୍ରୟ ପୂର୍ବ ବର୍ଷ ଅପେକ୍ଷା ଭିନ୍ନ ଧରଣର ହେବ ବୋଲି ଜିଲାପାଳ ପ୍ରକାଶ କରିଥିଲେ । କୌଣସି ମଣ୍ଡିରେ ଏବର୍ଷ କଟନି ଛଟନି ହେବ ନାହିଁ । ଜିଲାର ପ୍ରତ୍ୟେକ ମଣ୍ଡିରେ ଜଣେ ଜଣେ ମଣ୍ଡି ନୋଡାଲ ଅଧିକାରୀ ରହିବେ । ୪ କିମ୍ବା ୫ଟି ମଣ୍ଡିକୁ ନେଇ ଜଣେ ଜଣେ ସୁପରଭାଇଜର ରହିବେ । ଚାଷୀଙ୍କୁ ଏଫ୍ଏକୁ୍ୟ ଧାନ କଣ୍ଟାଲ ପିଛା ୩୧୦୦ଟଙ୍କା ପ୍ରଦାନ କରାଯିବ । ଆସନ୍ତା ସପ୍ତାହରେ ମଣ୍ଡି ନୋଡାଲ ଅଧିକାରୀ ଓ ସୁପରଭାଇଜର ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ମଣ୍ଡିକୁ ଯେଉଁ ଚାଷୀ ଆଗରୁ ଧାନ ଆଣିବେ ତାଙ୍କୁ ପ୍ରାଧାନ୍ୟ ଦିଆଯିବ । ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଧାନ କିଣାରେ ଅଗ୍ରାଧିକାର ଦିଆଯିବ । ଟୋକନ୍ ମିଆଦ ଯେପରି ସମାପ୍ତ ନହୁଏ ସେଥିପ୍ରତି ଦାୟିତ୍ୱରେ ଥିବା ଅଧିକାରୀମାନେ ଯନôବାନ ହେବାକୁ ଜିଲାପାଳ ପରାମର୍ଶ ଦେଇଥିଲେ । ଏଫ୍ଏକୁ୍ୟଧାନର ମାନ ବିଷୟରେ ସମସ୍ତ ଚାଷୀ ଓ ଜନ ପ୍ରତିନିଧିଙ୍କୁ ବ୍ୟାପକ ସଚେତନ କରିବାକୁ ଜିଲାପାଳ ନିଦେ୍ର୍ଦଶ ଦେଇଥିଲେ । ପ୍ରତ୍ୟେକ ମଣ୍ଡିରେ ୱାଟର ପ୍ରୁଫ ଅସ୍ଥାୟୀ ସେଡ୍ ନିର୍ମାଣ, ଟଏଲେଟ୍, ପାନୀୟ ଜଳ ସୁବିଧା ସହ ସିସିଟିଭି ଲାଗିବ ଏବଂ ଅସ୍ଥାୟୀ ସେଡ୍ରେ ବିଦୁ୍ୟତ୍ ସଂଯୋଗ ରହିବ । ନିୟନ୍ତ୍ରିତ ବଜାର କମିଟି ଓ ସମବାୟ ବିଭାଗ ଯୁଗ୍ମ ଭାବରେ ମଣ୍ଡି ପ୍ରସ୍ତୁତି ସମ୍ପର୍କରେ ପ୍ରମାଣପତ୍ର ପ୍ରଦାନ କରିବେ । ଏତଦ୍ ବ୍ୟତୀତ ତହସିଲଦାର, ଆରକ୍ଷୀ ନିରୀକ୍ଷକ ଅବକାରୀ ଓ ଜିଏସଟି ଅଧିକାରୀଙ୍କୁ ନେଇ ସ୍ୱତନ୍ତ୍ରସ୍କ୍ୱାର୍ଡ ଗଠନ କରାଯିବ । ଅନ୍ୟଜିଲା ମାନଙ୍କରୁ ଯେପରି ଧାନ ନଆସେ ସେଥିପାଇଁ ଆନ୍ତଃଜିଲ୍ଲା ସୀମା ତଦାରଖ କରାଯିବ । ସମୀକ୍ଷା ବୈଠକରେ ଅତିରିକ୍ତ ଜିଲାପାଳ, ପ୍ରଶାସନ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲାପାଳ, ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲ, ଉପ ଜିଲାପାଳ ଅଂଶୁମାନ ଶତପଥୀ, ଜିଲାଯୋଗାଣ ଅଧିକାରୀ ସଲ୍ଲାଉଦ୍ଦିନ ଖାଁ, ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ, ଏସିଏସଓ ଏଲିନା ସାହୁ, ସୋନାଲିସା ମହାପାତ୍ର, ଦେବକାନ୍ତ ମହାନ୍ତି, ସିନିୟର୍ ଏଆରସିଏସ ଅମୂଲ୍ୟ କୁମାର ସେଠୀ, ନିୟନ୍ତ୍ରିତ ବଜାର କମିଟି ସେକ୍ରେଟାରୀ ଏବଂ ଆଭାସୀ ମାଧ୍ୟମରେ ସମସ୍ତ ବ୍ଲକର ବିଡ଼ିଓ, ତହସିଲଦାର ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।