କାର୍ଯ୍ୟର ସମୀକ୍ଷା କଲେ ବିଧାୟକ
ବୋରିଗୁମ୍ମା : ବୋରିଗୁମ୍ମା ବ୍ଲକ ସଭାଗୃହ ଠାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ଦୀପ୍ତିମୟୀ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ପଞ୍ଚାୟତ ସମିତି ବୈଠକରେ ମୁଖ୍ୟଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇଥିଲେ । ବୈଠକରେ ବିଧାୟକ ଶ୍ରୀ ବାହିନୀପତି ପ୍ରଥମେ ସ୍ୱାସ୍ଥ୍ୟ ବିଭାଗ ଠାରୁ ରିପୋର୍ଟ ମାଗିଥିଲେ ।
ବର୍ଷା ଦିନ ଆସୁଥିବା ଯୋଗୁଁ ସ୍ୱାସ୍ଥ୍ୟ ବିଭାଗ କ’ଣ କ’ଣ ପଦକ୍ଷେପ ନେଇଛନ୍ତି ପଚାରି ବୁଝିଥିଲେ । ଗାଁ ଗାଁରେ ଡିଡିଟି ଓ ବ୍ଲିଚିଂ ପାଉଡର ସିଞ୍ଚନ ସହ ପର୍ଯ୍ୟାପ୍ତ ମାତ୍ରରେ ଓଆରଏସ୍ ଓ ହେଲଜେନ ବଟିକା ମହଜୁଦ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାର ହରିଶ୍ଚନ୍ଦ୍ର ଯୋଜନାରେ କାହିଁକି ମୃତକଙ୍କ ପରିବାରକୁ ଦୁଇ ହଜାର ଟଙ୍କା ଦିଆଯାଉ ନାହିଁ ପ୍ରଶ୍ନ କରିଥିଲେ । ପରେ ସମ୍ମନ୍ୱିତ ଶିଶୁ ବିକାଶ ବିଭାଗର ସମୀକ୍ଷା କରିଥିଲେ । ଛୋଟ ପିଲାମାନଙ୍କୁ ଦିଆଯାଉଥିବା ଛତୁଆ ରିସାଇକଲିଂ ହେଉଛି ବୋଲି ଅଭିଯୋଗ କରିଥିଲେ । ବୈଠକରେ ଉପସ୍ଥିତ ସିଡ଼ିପିଓ ଗାୟତ୍ରୀ ବାହିନୀପତି ବୋରିଗୁମ୍ମା ବ୍ଲକରେ ୭୭ ଟି ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ତେଣୁ କେଉଁଠି ଅଙ୍ଗନବାଡି କର୍ମୀଙ୍କ ଘରେ କେନ୍ଦ୍ର ଚାଲୁଥିବା ବେଳେ ଆଉ କେଉଁଠି ଭଡା ଘରେ କେନ୍ଦ୍ର ଚାଲୁଛି । ୮୫ ଟି ନୂତନ ଅଙ୍ଗନବାଡି ଗୃହକୁ କାହିଁକି ବିଦୁ୍ୟତ୍ ସଂଯୋଗ କରାଯାଇନାହଁ ବୋଲି ବିଦୁ୍ୟତ ବିଭାଗ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । ତୁରନ୍ତ ନୂତନ ଅଙ୍ଗନବାଡି ଗୃହରେ ବିଦୁ୍ୟତ ସଂଯୋଗ କରିବା ପାଇଁ ବିଧାୟକ ଶ୍ରୀ ବାହିନୀପତି ନିଦେ୍ର୍ଦଶ ଦେଇଥିଲେ । ବର୍ତ୍ତମାନ ଖରିଫ ଋତୁ ଆରମ୍ଭ ହେଲାଣି । କିନ୍ତୁ ଏଯାଏଁ ଲ୍ୟାମ୍ପରେ ଡିଏପି ସାର ମହଜୁଦ ନାହିଁ । ଏଣୁ ଜୟପୁର ସ୍ଥିତ ମାର୍କଫେଡକୁ ତୁରନ୍ତ ଲ୍ୟାମ୍ପକୁ ସାର ଯୋଗାଇବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଶିକ୍ଷା ବିଭାଗ ଉପରେ ଖୁବ ବର୍ଷିଥିଲେ ବିଧାୟକ । ବିନା ସୂଚନାରେ ସମିତି ବୈଠକକୁ କାହିଁକି ଆସୁଛ ବୋଲି ଏବିଇଓ ସୁବାସ ଚନ୍ଦ୍ର ମାଝୀଙ୍କୁ ପ୍ରଶ୍ନ କରିଥିଲେ । ଶେଷରେ ପୂର୍ତ୍ତି ବିଭାଗ, ମୃତ୍ତିକା ବିଭାଗ, କୃଷି ବିଭାଗ, ଉଦ୍ୟାନ ବିଭାଗ, ବନ ବିଭାଗ, ପାନୀୟ ଜଳ ବିଭାଗ ଅଧିକାରୀ ମାନଙ୍କ ସହ ସମୀକ୍ଷା କରିଥିଲେ । ବ୍ଲକ ବିଡିଓ ସୁକାନ୍ତ କୁମାର ପଟ୍ଟନାୟକ ସମିତି ବୈଠକକୁ ପରିଚାଳନା କରିଥିବାବେଳେ ବୈଠକରେ କୋରାପୁଟ ସାଂସଦ ଙ୍କ ପ୍ରତିନିଧି ରାମଚନ୍ଦ୍ର ପାଢ଼ୀ, ନବରଙ୍ଗପୁର ସାଂସଦଙ୍କ ପ୍ରତିନିଧି ରାମେଶ୍ୱର ଜେନା, ବ୍ଲକ ଉପାଧ୍ୟକ୍ଷ ରାଧାକାନ୍ତ ସାମନ୍ତରାୟ, ଜିଲ୍ଲା ପରିଷଦ ସଭ୍ୟ ନୃସିଂହ ନାଥ ଶତପଥୀ, ପ୍ରସାଦ ବିଡିକା, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡ଼. ପ୍ରବୀଣ କୁମାର, ଡ଼.ଦିଲ୍ଲୀପ କୁମାର ନାଥ, ବିପିଏମ ସରୋଜ ମହାପାତ୍ର, ସିଡ଼ିପିଓ ଗାୟତ୍ରୀ ବାହିନୀପତି, ମୃତ୍ତିକା ବିଭାଗର ନିର୍ମଳ ଜେନା, ବନ ବିଭାଗର ଡମ୍ବରୁଧର ଗମାଙ୍ଗ, ଟାଟା ପାୱାରର ଏସଡିଓ ଚନ୍ଦ୍ରକାନ୍ତ ମହାନ୍ତି, କନିଷ୍ଠ ଯନ୍ତ୍ରୀ ଶଙ୍କର ଜେନା, ଉଦ୍ୟାନ ବିଭାଗର ବିଜୟ ମାହୁନ୍ତ, ଲ୍ୟାମ୍ପର ପରିଚାଳନା ନିଦେ୍ର୍ଦଶକ ପ୍ରସନ୍ନ ମିଶ୍ର, ଏଇଇ ପ୍ରକାଶ ପ୍ରଧାନ, ଏଇ ସତ୍ୟନାରାୟଣ ସେଠୀ, ଏବିଡ଼ିଓ ମାଧୁରୀ ଆଚାରୀଙ୍କ ସହ ବ୍ଲକ ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟାମାନେ ଉପସ୍ଥିତ ଥିଲେ ।