ଚାମ୍ୱର ଅଫ କମର୍ସ ଏବଂ ଇଣ୍ଡଷ୍ଟ୍ରିର ୫୦ ବର୍ଷ ପୂର୍ତ୍ତି
ଜୟପୁର : ଜୟପୁର ଚାମ୍ବର ଅଫ କମର୍ସ ଏବଂ ଇଣ୍ଡଷ୍ଟ୍ରି ତାହାର ୫୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ବେଦିକା ସଭାଗୃହରେ କରିଛି । ଏହି ଅବଶୋରରେ ପ୍ରଥମେ ବନେ୍ଦ ଉକôଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା । ମଞ୍ଚରେ ସଭାପତି ଭି ପ୍ରଭାକର, ସମ୍ପାଦକ ଡି ମାଧବ, ଉପଦେଷ୍ଟା ଶଶିଭୂଷଣ ପଟ୍ଟନାୟକ, ମୁଖ୍ୟଅତିଥି ଭାବେ ସାଂସଦ ସପ୍ତଗିରି ଶଙ୍କର ଉଲକା, ଅତିଥିରୂପେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ସମ୍ମାନୀତ ଅତିଥି ରୂପେ ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଉପାଧକ୍ଷା ବି ସୁନିତା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବ ଅନୁରୋଧ କ୍ରମେ ପ୍ରାୟ ସମସ୍ତେ ପାରମ୍ପାରିକ ବସ୍ତ୍ର ପରିଧାନ କରି ଯୋଗ ଦେଇଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ୱର ଘୁଙ୍ଗୁର ଦ୍ୱାରା ପରିବେଷଣ କରାଯାଇ ଥିଲା । ବିଗତ ଦିନରେ ମାନବ ସମାଜ ପାଇଁ ବୋହୂ ଜନହିତକର କାର୍ଯ୍ୟମାନ ଜୟପୁର ଚାମ୍ବର ଅଫ କମର୍ସ ଏବଂ ଇଣ୍ଡଷ୍ଟ୍ରି ଦ୍ୱାରା କରାଯାଇଛି ।