ମାସକୁ ୧୦ ହଜାର ଆୟ କରୁଛନ୍ତି କି ? କାର୍ଡ଼ ଫେରାଇବାକୁ କହିଲେ ମନ୍ତ୍ରୀ
ଭୁବନେଶ୍ୱର: ଗ୍ରାମାଞ୍ଚଳରେ ମାସିକ ୧୦ ହଜାର ଓ ସହରାଞ୍ଚଳରେ ମାସିକ ୧୫ ହଜାର ଟଙ୍କା ରୋଜଗାର କରୁଥିବା ଲୋକଙ୍କୁ ରାସନ୍ କାର୍ଡ଼ ଫେରାଇବାକୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିବେଦନ କରିଛନ୍ତି ।
ସେ କହିଛନ୍ତିଯେ, ଯେଉଁମାନେ ଅସାଧୁ ଭାବେ ରାସନ୍ କାର୍ଡ ହାତେଇଛନ୍ତି, ସେମାନେ କାର୍ଯ୍ୟାନୁଷ୍ଠାନ ପରିସରକୁ ନଆସନ୍ତୁ । ନହେଲେ ସରକାର କାର୍ଯ୍ୟାନୁଷ୍ଠାନ ନେବେବୋଲି ମନ୍ତ୍ରୀ ଶ୍ରୀ ପାତ୍ର ଚେତାବନୀ ଦେଇଛନ୍ତି ।
ରାସନ୍ କାର୍ଡ଼ ପାଇଁ ଗତକାଲି ଠାରୁ ପୋର୍ଟାଲ ଖୋଲିଛି । ପ୍ରଥମ ଦିନରେ ଦେଢ଼ ହଜାର ଆବେଦନ ହୋଇଛି । ପୂର୍ବରୁ ୬ ଲକ୍ଷ ଆବେଦନକାରୀ ରାସନକାର୍ଡ ଅପେକ୍ଷାରେ ଥିବାବେଳେ ୮୦ ହଜାର ଅଯୋଗ୍ୟ ହିତାଧିକାରୀ ୧୨ ହଜାର କାର୍ଡ ଫେରାଇ ସାରିଛନ୍ତି । ସାଢେ ୪ ହଜାର ସରକାରୀ କର୍ମଚାରୀ ମଧ୍ୟ କାର୍ଡ ଫେରାଇଛନ୍ତି ।