ଦାରିଙ୍ଗବାଡି : କନ୍ଧମାଳ ଜିଲା ଦାରିଙ୍ଗବାଡି ତହସିଲଦାର ଭାବେ ଯୋଗଦେବେ ବାଲିଗୁଡା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡେପୁଟି କଲେକ୍ଟର ଧୀରୋଜ କୁମାର ପାତ୍ର । ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟରେ ମୋଟ ୬୬ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ରହିଛି । ସେମାନଙ୍କ ମଧ୍ୟରେ ଦାରିଙ୍ଗବାଡିରେ କାର୍ଯ୍ୟରତ ତହସିଲଦାର ଶରତ ଶବରଙ୍କୁ ଗଜପତି ଜିଲା ଗୁମ୍ମା ତହସିଲଦାର ଭାବେ ବଦଳି ନିର୍ଦ୍ଦେଶ ରହିଥିବା ବେଳେ ତାଙ୍କ ସ୍ଥାନରେ ବାଲିଗୁଡା ଡେପୁଟି କଲେକ୍ଟର ଧୀରୋଜ କୁମାର ପାତ୍ରଙ୍କୁ ଦାରିଙ୍ଗବାଡିକୁ ବଦଳି କରାଯାଇଛି।
ତାଙ୍କର ବାଲିଗୁଡା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟକରି ଦାରିଙ୍ଗବାଡି ଅଞ୍ଚଳ ଉପରେ ଅଭିଜ୍ଞତା ରହିଛି।
ସେ ଲୋକଙ୍କ ରହିଥିବା ମୌଳିକ ସୁବିଧା ବିଶେଷ କରି ବିଭିନ୍ନ ଜାତିଗତ, ଇନକମ, ରେସିଡେନ୍ସ, ଜନ୍ମ ପଞ୍ଜିକରଣ ଆଦିର ପ୍ରମାଣ ପତ୍ର ଲୋକଙ୍କୁ ସମୟସୀମା ମଧ୍ୟରେ ଯୋଗାଇବା ଜଙ୍ଗଲଜମି ଓ ବିଭିନ୍ନ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବେ ବୋଲି ଅଞ୍ଚଳବାସୀ ଆଶା ରଖିଛନ୍ତି। ସେ କେବେ କାର୍ଯ୍ୟରେ ଯୋଗଦାନ କରିବେ ଏ ନେଇ ତାଙ୍କ ସହ ଯୋଗଯୋଗ କରାଯିବାରୁ ଜିଲାପାଳ ରିଲିଭ କରିବା ପରେ ସେ ଖୁବ ଶୀଘ୍ର ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟରେ ଯୋଗଦାନ କରିବି ବୋଲି କହିଛନ୍ତ।