ତଦନ୍ତ କରିବେ କି ସରକାର? ୪୪ କଲେଜରେ ଆଇଟି ଲ୍ୟାବ୍ ସ୍ଥାପନ ପାଇଁ ଟେଣ୍ଡର ଫିକ୍ସିଂ

 ଯାଜପୁର : ଚଳିତବର୍ଷ ମାର୍ଚ୍ଚ ମାସ ୫ ତାରିଖରେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଚିଠି ସଂଖ୍ୟା-୧୨୬୫୫ ଦ୍ୱାରା ଯାଜପୁର ଜିଲାର ୪୪ଟି କଲେଜରେ ଅତ୍ୟାଧୁନିକ ଆଇଟି ଲାବ୍ ସ୍ଥାପନ ଉଦେ୍ଦଶ୍ୟରେ ଅନୁଦାନ ପ୍ରଦାନ କରିଥିଲେ । ବଡ କଲେଜକୁ ୮.୧୧ଲକ୍ଷ ଏବଂ କ୍ଷୁଦ୍ର କଲେଜକୁ ୪.୯୩ଲକ୍ଷ ଟଙ୍କା ଲେଖାଏଁ ଆର୍ଥôକ ଅନୁଦାନ ପ୍ରଦାନ କରାଯାଇଥଲା । ବିଭାଗ ପକ୍ଷରୁ ପ୍ରଦତ ଚିଠି ଅନୁସାରେ ପ୍ରତ୍ୟେକ କଲେଜର ଲାବ୍ ପାଇଁ କମ୍ପୁ୍ୟଟର ପ୍ରିଣ୍ଟର, ୟୁପିଏସ୍, ୱେବ୍ କ୍ୟାମେରା ଓ ୬୫ଇଞ୍ଚର ଏଲଇଡ଼ି ଟିଭି କ୍ରୟ ସହିତ ସେଠାରେ ଇଣ୍ଟରନେଟ୍ ସଂଯୋଗ ନିମନ୍ତେ ଏସବୁ ସାମଗ୍ରୀର ପୂର୍ଣ୍ଣାଙ୍ଗ ସ୍ପେସିଫିକେସନ୍ ଏବଂ ଟେଣ୍ଡର ପାଇଁ ଆବଶ୍ୟକ ନିୟମାବଳୀ ପ୍ରସ୍ତୁତ କରି ସମସ୍ତ କଲେଜର ଅଧ୍ୟକ୍ଷମାନଙ୍କୁ ଅବଗତ କରାଯାଇଥଲା । ବିଗତ ସରକାର ଅମଳରେ ମଧ୍ୟ ରାଜ୍ୟର କଲେଜ ଗୁଡ଼ିକରେ ଲାବ୍ ପାଇଁ ଏଭଳି ସବୁ ସାମଗ୍ରୀ କ୍ରୟ କରାଯାଇଥିଲା । ମାତ୍ର ଟେଣ୍ଡରରେ ସ୍ୱଚ୍ଛତା ପାଇଁ ଏଭଳି ଆବଶ୍ୟକ ନିୟମାବଳୀ ପ୍ରସ୍ତୁତ କରାଯାଇ ନ ଥିବା ଯୋଗୁଁ ସାମଗ୍ରୀ କ୍ରୟରେ ଅନିୟମିତତାର ଅଭିଯୋଗ ଆସିଥିଲା । କିନ୍ତୁ ନୂଆ ସରକାର ସମୟରେ କ୍ରୟ ହେବାକୁ ଥିବା ସାମଗ୍ରୀର ପୂର୍ଣ୍ଣାଙ୍ଗ ସ୍ପେସିଫିକେସନ୍ ସହ ଟେଣ୍ଡରରେ ସ୍ୱଚ୍ଛତା ଅବଲମ୍ବନ କରିବାକୁ ଯାଇ ଆବଶ୍ୟକ ନିୟମାବଳୀ ପ୍ରସ୍ତୁତ କରାଯାଇଥିଲା । ହେଲେ ନିୟମାବଳୀକୁ ଅନେକ କଲେଜ କର୍ତ୍ତୁପକ୍ଷ ଉଲଂଘନ କରି ନିର୍ଦ୍ଦିଷ୍ଟ ଯୋଗାଣକାରୀ ସଂସ୍ଥା ଠାରୁ ସାମଗ୍ରୀ କ୍ରୟ ନିମନ୍ତେ ପୂର୍ବ ଫିକ୍ସିଂ ପୂର୍ବକ ତାଙ୍କ ଠାରୁ ୩ ପତିଆ କୋଟେସନ୍ ନେଇ ଚଢ଼ା ଦରରେ ନିମ୍ନମାନର ସାମଗ୍ରୀ କିଣିଥିବା ଅର୍ଥ ତୋଷରପାତ ଭଳି ଅଭିଯୋଗ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉପ ଜିଲାପାଳ ଓ ଅତିରିକ୍ତ ଜିଲାପାଳ ବିଭିନ୍ନ କଲେଜ ପରିଚାଳନା କମିଟିର ସଭାପତି ଥିବା ସତ୍ୱେ ତାଙ୍କ ଅନୁମତି ବିନା କଲେଜ ଅଧ୍ୟକ୍ଷ ମାନେ କିଭଳି ଏସବୁ ସାମଗ୍ରୀ କ୍ରୟ ନିମନ୍ତେ ପଦକ୍ଷେପ ନେଇ ପାରୁଛନ୍ତି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାରଣ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶ ଅନୁସାରେ କୌଣସି କ୍ଷେତ୍ରରେ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଅର୍ଥ ବ୍ୟୟ କରିବା ସମୟରେ ପରିଚାଳନା କମିଟିର ସଭାପତିଙ୍କ ଅନୁମତି ନିତାନ୍ତ ଆବଶ୍ୟକ ଅଟେ । ହେଲେ କୌତୁହଳ ବିଷୟ ହେଉଛି ସଭାପତିଙ୍କ ଅନୁମତି ନଥାଇ ସାମଗ୍ରୀ କ୍ରୟ ନିମନ୍ତେ କିଛି କଲେଜର ଅଧ୍ୟକ୍ଷ ନିଜସ୍ୱ ଏକ କ୍ରୟ କମିଟି ଗଠନ କରିଛନ୍ତି । ଯେଉଁ ସେଥିରେ ବୈଷୟିକ ଅଭିଜ୍ଞତା ଥିବା କୌଣସି ସଦସ୍ୟ ଥିବା ନେଇ ସନେ୍ଦହ ଉପୁଜିଛି । ବୈଷୟିକ ଅଭିଜ୍ଞତା ଥିବା ସଦସ୍ୟ ନଥାଇ କିମ୍ବା ଜିଲାର ସ୍ଥାୟୀ ବୈଷୟିକ ପରିଚାଳକଙ୍କ ଦ୍ୱାରା ସାମଗ୍ରୀ ଗୁଡ଼ିକର ସ୍ପେସିଫିକେସନ୍ ଯାଞ୍ଚ ନ କରି କ୍ରୟ କମିଟି ମାଧ୍ୟମରେ ଟେଣ୍ଡର ଆହ୍ୱାନ କରି ସାମଗ୍ରୀ କ୍ରୟ କରିବାକୁ ପଛାଇ ନଥିବା ଭଳି ଅଭିଯୋଗ ସାମ୍ନାକୁ ଆସିଛି । କୌଣସି ବି ସାମଗ୍ରୀ କ୍ରୟ ନିମନ୍ତେ ଟେଣ୍ଡର ଜିଇଏମ୍ ବା ଏନଆଇସି ମାଧ୍ୟମରେ ଆହ୍ୱାନ କରିବା ନିମନ୍ତେ ଜିଲା ଇ-ଗଭର୍ଣ୍ଣାନ୍ସ ମ୍ୟାନେଜର ଦ୍ୱାରା କରିବାର ନିୟମ ରହିଛି । ହେଲେ ଏପରି ସ୍ଥଳେ ଅଧିକ ମୁନାଫା ଉଦେ୍ଦଶ୍ୟ ରଖି ନିକଟରେ ରାମବାଗ ଆଞ୍ଚଳିକ ମହାବିଦ୍ୟାଳୟ ଓ ଅଳକୁଣ୍ଡ ମହିଳା ମହାବିଦ୍ୟାଳୟ ସମେତ ଜିଲାର ପ୍ରାୟ ୮ଟି କଲେଜରେ ଏଭଳି ମନମୁଖୀ ଓ ୱେବ୍ ସାଇଟ୍ ସ୍ଥାନରେ ଇ-ମେଲ ଠିକଣା ଭଳି ବିଭ୍ରାନ୍ତିକର ତଥ୍ୟ ଦେବା ସହ ନିର୍ଦ୍ଧିଷ୍ଟ ଖବର କାଗଜର ଆଞ୍ଚଳିକ ପୃଷ୍ଠାରେ କୋଟେସନ୍ ଆହ୍ୱାନ କରିଥିବା ନଜରକୁ ଆସିଛି । ଏଥିରେ ଓଜିଏଫଆର୍ ନିୟମର ଧାରା୨୩କୁ ଉଲଂଘନ ହୋଇଥିବା ଅଭିଯୋଗ ହୋଇଛି । ଏଭଳି କେଳେଙ୍କାରୀ ପଛରେ ଭୁବନେଶ୍ୱରର ବ୍ଲୁସ୍ପେସ୍ ଆଇଟି ସଲୁ୍ୟସନ୍ ପ୍ରାଇଭେଟ୍ ଲିମିଟେଡ଼ ନାମକ ଏକ ସଂସ୍ଥାର ଉଦେ୍ଦଶ୍ୟ କାର୍ଯ୍ୟକାରୀ ହେଉଥିବା ଅଭିଯୋଗ ହୋଇଛି । କିଛି କଲେଜ ଅଧ୍ୟକ୍ଷ ଇତିମଧ୍ୟରେ ବିନା ଅନୁମତିରେ ଟେଣ୍ଡର ଆହ୍ୱାନ କରି ସାରିଛନ୍ତି । ପରିଚାଳନା କମିଟିର ସଭାପତି ଥିବା ଉପ ଜିଲାପାଳ ଓ ଅତିରିକ୍ତ ଜିଲାପାଳ ତୁରନ୍ତ ଉକ୍ତ ଟେଣ୍ଡର ସବୁକୁ ବାତିଲ ପାଇଁ ନିଦେ୍ର୍ଦଶ ଦେବା ପୂର୍ବକ ଟେଣ୍ଡରରେ ସ୍ୱଚ୍ଛତା ଓ ଲାବ୍ ସାମଗ୍ରୀ କିଣାରେ ଅନିୟମିତତା ଉପରେ ରୋକ୍ ଲଗାଇବାର ଆବଶ୍ୟକ ରହିଛି । ଏପରିକି ଜିଲା ବୈଷୟିକ ଅଧିକାରୀଙ୍କ ତତ୍ୱାବଧାନ ଏବଂ ଜିଇଏମ୍ ମାଧ୍ୟମରେ ପୁନଃ ଟେଣ୍ଡର ଆହ୍ୱାନ କରିବାକୁ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ସଚିବ ଓ ନିଦେ୍ର୍ଦଶକ ଏବଂ ଯାଜପୁର ଜିଲାପାଳଙ୍କ ନିକଟରେ ବୁଦ୍ଧିଜୀବୀ ଦାବି କରିଛନ୍ତି । ପ୍ରଶ୍ନ ଉଠୁଛି ଏଭଳି ଅଭିଯୋଗର ତଦନ୍ତ ରାଜ୍ୟ ସରକାର କରିବାକୁ ମନ ବଳାଇବେ ତ ?