ଚିଲିକା ମଝିରେ ଯାତ୍ରୀବାହୀ ଡଙ୍ଗା ଫସିଲା

ଚିଲିକା ମଝିରେ ଯାତ୍ରୀବାହୀ ଡଙ୍ଗା  ଫସିଲା

ପୁରୀ :  ପୁରୀ ଜିଲା କୃଷ୍ଣପ୍ରସାଦ ନିକଟ ମଝି ଚିଲିକାରେ ଏକ ଯାତ୍ରୀବାହୀ ଡଙ୍ଗା ରବିବାର ଫସିଯାଇଛି। ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ମହିଁସା ନିକଟରେ ଅଟକି ରହିଛି। ଉକ୍ତ ଡଙ୍ଗାରେ ୪୦ରୁ ଉଦ୍ଧର୍‌ବ ଯାତ୍ରୀ ଥିବା ବେଳେ ପ୍ରାୟ ୨୦ଟି ବାଇକ୍‌ ରହିଛି। ଡଙ୍ଗାଟି ଜହ୍ନିକୁଦାରୁ ସାତପଡ଼ା ଯାଉଥିବା ସମୟରେ ଚିଲିକା ମଝିରେ ଅଟକି ଯାଇଥିଲା। ଘଣ୍ଟାଏ ହେବ ଉକ୍ତ ଡଙ୍ଗାଟି ଫସି ରହିଥିବା ଜଣାପଡ଼ିଛି।